ପାଟଣା: ଆଜି ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ତିଥି ଅବସରରେ ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପଶି ଗ୍ରାମର ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରାଙ୍କ ରଥ ଠାରୁ ମଲ୍ଲୀପଶି ପମ୍ପ ହାଉସ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି। ଏଥିରେ ପାଟଣା ମଣ୍ଡଳ ସଭାପତି ଅଭୟ କୁମାର ବେହେରା ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହ୍ଲାଦ ପଲେଇ, ଉପସଭାପତି ହରିଶ ଚନ୍ଦ୍ର ମହାନ୍ତ, ନରହରି ମହାନ୍ତ, କେଶବ ଚନ୍ଦ୍ର ବାରିକ, କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଡମ୍ବରୁ ଧର ମହାନ୍ତ, କୃଷକ ମୋର୍ଚ୍ଚା ସଭାପତି ତ୍ରିନାଥ ମହାନ୍ତ, କୃଷକ ମୋର୍ଚ୍ଚା ସମ୍ପାଦକ ଶ୍ରୀକାନ୍ତ ପାତ୍ର, ପଞ୍ଚାୟତ ପ୍ରମୁଖ ଚତୁର୍ଭୁଜ ମହାନ୍ତ ଓ ସାହାରପଡାର କେନ୍ଦୁଝର କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜେଶ ମହାନ୍ତ ଓ ସତ୍ୟବ୍ରତ ସେଠୀ ପ୍ରମୁଖ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ସଫେଇ କରିବା ସହ ଏକ ବୈଠକରେ ମିଳିତ ହୋଇଥିଲେ।
Popular Categories



