www.samajalive.in
Sunday, December 7, 2025
23.1 C
Bhubaneswar

ଚୋରା ମଦ ବିକ୍ରିକୁ ବିରୋଧ କରିବା ହେଲା କାଳ ; ବୃଦ୍ଧଙ୍କୁ ପିଟି ପିଟି ନୃଶଂସ ଭାବେ ହତ୍ୟା

କୁଆଁପାଳ : କଟକ ଜିଲ୍ଲା ମାହାଙ୍ଗା ଥାନାର କୁମୁଡା ଜୟୀପୁର ଫାଣ୍ଡି ଅଂଚଳର ମଧୁପୁର ଗ୍ରାମରେ ଚୋରା ମଦ ବିକ୍ରୀକୁ ବିରୋଧ କରିବାରୁ ମଦ ବିକ୍ରି କରୁଥିବା ଜୈନିକ ବ୍ୟକ୍ତି ସଙ୍ଗବଦ୍ଧ ଭାବରେ ଆକ୍ରମଣ କରି ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମଗ୍ର ମାହାଙ୍ଗା ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ହସ୍ତ ଗତ ହୋଇଥିବା ସୂଚନା ମୁତାବକ ମଧୁପୁର ଗ୍ରାମର ୬୨ବର୍ଷୀୟ ବୃଦ୍ଧ ଗୟାଧର ବେହେରା ଗାଁ ରେ ଚୋରା ମଦ ବିକ୍ରିକୁ ବିରୋଧ କରିଆସୁଥିଲେ । ତେବେ ବୃଦ୍ଧ ଗୟାଧର ଗତ ବୁଧବାର ଦିନ ଏହି ଚୋରମଦ ବିକ୍ରି କରୁଥିବା ସେଇଗ୍ରାମର ଜୈନିକ ବ୍ୟକ୍ତିଙ୍କୁ ମଦ ବିକ୍ରି ନକରିବାକୁ ବାରଣ କରିଥିଲେ । ଏଥିନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ  ଗୟାଧର ନିକଟସ୍ଥ ବଜାରରୁ ରାତିରେ ଫେରୁଥିବା ସମୟରେ ଜୈନିକ ଚୋରା ମଦ ବେପାରୀ ଓ ତାଙ୍କ ସହଯୋଗୀ ମାନେ ସଙ୍ଗବଦ୍ଧ ଭାବେ ଗୟାଧରକୁ ଆକ୍ରମଣ କରିଥିଲେ । ତେବେ ଏଥିରେ ଗୟାଧର ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ନିକଟସ୍ଥ ଜଗନ୍ନାଥପୁର ମେଡିକାଲ ନେଇଥିଲେ, ସେଠାରୁ ଡାକ୍ତର ତାଙ୍କୁ ମାହାଙ୍ଗା ମେଡିକାଲ ଓ ପରେ କଟକ ମେଡିକାଲ ପଠାଇ ଦିଆ ଯାଇଥିଲା । କିନ୍ତୁ କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫାଣ୍ଡି ଠାରୁ ମାତ୍ର ଦୁଇ କିମି ଦୂରରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିଲେ ସୁଦ୍ଧା ଏଯାଏଁ କାହାରିକୁ ଗିରଫ କରାଯାଇଥିବା ଖବର ମିଳିଛି। ଫାଣ୍ଡିରେ ଅଭିଯୋଗ ହୋଇ ନଥିବାରୁ ଘଟଣାର ପ୍ରକୃତ ରହସ୍ୟ ଜଣା ପଡି ନାହିଁ । ତେବେ ମୃତ ଗୟାଧରଙ୍କ ପୁତ୍ର କଟକ ମେଡ଼ିକାଲରୁ ଫେରି ଫାଣ୍ଡିରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି । ହତ୍ୟା କାଣ୍ଡ ନେଇ ଅଭିଯୋଗ ହେବା ପରେ ପ୍ରକୃତ ସତ୍ୟ ସାମ୍ନାଙ୍କୁ ଆସିବ ବୋଲି ଚର୍ଚ୍ଚା ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories