www.samajalive.in
Tuesday, December 9, 2025
16.1 C
Bhubaneswar

ତୁରେକେଲା ବ୍ଲକର ୨ଟି ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ ଶୁଭାରମ୍ଭ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜୁ ସ୍ଵାଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲା ପରେ, ତୁରେକେଲା ବ୍ଲକ ଅନ୍ତର୍ଗତ ଦୁଇଟି ପଞ୍ଚାୟତ ତୁରେକେଲା ଓ ଚଟୁ ଅନକା ଗ୍ରାମପଞ୍ଚାୟତଠାରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ  ବଣ୍ଟନ କରିଥିଲେ ।  ଏହି ବ୍ଲକରେ ପ୍ରାୟ ୨୯ହଜାର ହିତାଧିକାରୀ ସୁବିଧା ପାଇବେ ବୋଲି ବ୍ଲକ ପ୍ରଶାସନ ସୂତ୍ର ରୁ ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୁଡା ପିଡି ସୁଦର୍ଶନ ସାଏ, ବ୍ଲକ ବିଡ଼ିଓ ମନୋରଞ୍ଜନ ପାଣିଗ୍ରାହୀ, ଜିପିଓ ଗୋବିନ୍ଦ ଭୁଏ, କଲ୍ୟାଣ ସମ୍ପ୍ରସାରଣ ଅଧିକାରି ଉଛବ ବେହେରା, ନୀଳମାଧଵ ସାହୁଙ୍କ ସହ ବ୍ଲକ କର୍ମଚାରୀ ଉପସ୍ଥିତ ଥିବାବେଳେ ତୁରେକେଲା ବଣ୍ଟନ କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ କୁନ୍ତୀ ସୁନା, କାର୍ଯ୍ୟ ନିର୍ବାହୀ ଅଧିକାରି ଦେବରାଜ ତାଣ୍ଡି ଓ ଚଟୁ ଅନକା ପଂଚାୟତ ଠାରେ ସରପଞ୍ଚ ସସ୍ମିତା ମହାନନ୍ଦ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅର୍ଜୁନ ତଅଏଁଳା ଏବଂ ବିଜେଡି ଜିଲ୍ଲା ସମ୍ପାଦକ ଫିରୋଜ ଖାନ, ବ୍ଲକ ସଭାପତି ଅସଦୁଲ୍ଲା ଖାଁ o ବୋହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories