www.samajalive.in
Sunday, December 7, 2025
23.1 C
Bhubaneswar

ଚିଟଫଣ୍ଡ ଜମାକାରୀଙ୍କୁ ଠକୁଛନ୍ତି ରାଜ୍ୟ ସରକାର : ମିଳିତ ମଞ୍ଚ

ଭୁବନେଶ୍ୱର: ଓଡ଼ିଶାରେ ବାରଶହରୁ ଊର୍ଦ୍ଧ୍ବ ଚିଟଫଣ୍ଡ ସଂସ୍ଥା ପ୍ରାୟ ୫୦ଲକ୍ଷରୁ ଅଧିକ ଜମାକାରୀଙ୍କୁ ଠକିବାରେ ରାଜ୍ୟ ସରକାର ଓ ରାଜନୈତିକ ନେତୃତ୍ୱ ସହାୟକ ହୋଇଥିବା ଘଟଣା ପ୍ରଘଟ ହୋଇଯିବା ପରେ ସରକାରଙ୍କ ପକ୍ଷରୁ ଚିଟଫଣ୍ଡ ସଂସ୍ଥାର ଅଫିସ୍ ଚଢ଼ଉ କରାଯାଇ ସେମାନଙ୍କର ବ୍ୟାଙ୍କ ଜମା ସହିତ ସମ୍ପତି ଓ ଗାଡ଼ି ଆଦି ଜବତ କରାଯାଇଥିଲା ଓ ଅନେକ ଚିଟଫଣ୍ଡ କମ୍ପାନୀ ମାଲିକମାନଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ୨୦୧୪ ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ଜମାକାରୀଙ୍କ ଅର୍ଥ ଫେରସ୍ତ ଦିଆଯିବ ଓ ଏହି ଘଟଣାରେ ସଂପୃକ୍ତ ନେତା ଓ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେହି ଅନୁସାରେ ସଂଗେସଂଗେ ତଦନ୍ତ କମିଶନ ଗଠନ କରାଗଲା। ଏହା ମଧ୍ୟ କୁହାଗଲା ଯେ, ଜମାକାରୀଙ୍କ ସ୍ୱାର୍ଥରକ୍ଷା କରିବା ପାଇଁ ଜମାକାରୀ ସୁରକ୍ଷା ଆଇନ କେନ୍ଦ୍ରର ଅନୁମୋଦନ ପାଇଁ ପଠାଯାଇଛି ଓ ଆସିବା ପରେ ସ୍ୱତନ୍ତ୍ର ଅଦାଲତ ଜରିଆରେ ମାମଲାଗୁଡ଼ିକର ଫଇସଲା କରାଯାଇ ଜମାକାରୀଙ୍କୁ ଟଙ୍କା ଫେରାଇ ଦିଆଯିବ। ଲୋକମାନଙ୍କର ବିଶ୍ୱାସ ଜନ୍ମାଇବା ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବିଷୟ ଘୋଷଣା କରାଗଲା। ଆଇନ କାର୍ଯ୍ୟକାରୀ ପାଇଁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିଲା ପରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରିଦିଆଗଲା। ଚିଟଫଣ୍ଡ କମ୍ପାନୀମାନଙ୍କର କେତେଗୁଡ଼ିଏ ମାମଲା ସିବିଆଇକୁ ଚାଲିଯିବା ପରେ ରାଜ୍ୟ ସରକାର କମିଶନ୍ର ଟର୍ମସ ଅଫ ରେଫରେନ୍ସ ବଦଳାଇ ଜମାକାରୀ ଚିହ୍ନଟ ଓ କମିଶନଙ୍କ ସୁପାରିଶ୍ ଅନୁସାରେ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରାଯିବ ବୋଲି ପ୍ରଚାର କଲେ। ସେହି ଅନୁସାରେ କମିଶନ ନିକଟରେ ୧୦ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିବା ପରେ ଟର୍ମସ୍ ଆଣ୍ଡ ରେଫରେନ୍ସ ପରିବର୍ତ୍ତନ ପରେ ସାନି ସତ୍ୟପାଠରେ ଆଉ ୭ଲକ୍ଷ ଜମାକାରୀ ଦରଖାସ୍ତ ପ୍ରଦାନ କଲେ। କମିଶନ ଦୀର୍ଘ ୭ବର୍ଷ କାମ କରିବା ଭିତରେ ୪ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଅର୍ଥ ପ୍ରଦାନ ପାଇଁ ସୁପାରିଶ କଲେ।

 

- Advertisement -

୨୦୧୯ ନିର୍ବାଚନ ପୂର୍ବରୁ କ୍ଷୂୁଦ୍ର ଜମାକାରୀଙ୍କୁ ଅର୍ଥ ପ୍ରଦାନ ଆରମ୍ଭ ହେଲା ବୋଲି ପ୍ରଚାର କରି ମାତ୍ର କେତେ ହଜାର ଜମାକାରୀଙ୍କୁ ଅର୍ଥ ଦିଆଯିବା ପରେ ହଠାତ୍ ୨୦୨୦ରେ କମିଶନ୍ କାର୍ଯ୍ୟକାଳ ବନ୍ଦ କରିଦିଆଗଲା। ଏବେ ଏ ସଂକ୍ରାନ୍ତରେ ଯେତେ ପ୍ରଶ୍ନ ପଚରାଗଲେ ମଧ୍ୟ ୩୦୦ କୋଟି ଟଙ୍କା କର୍ପସ ଫଣ୍ଡରୁ କେତେ ଅର୍ଥ କେତେଜଣଙ୍କୁ ଦିଆଯାଇଛି ତାହାର ତଥ୍ୟ ରାଜ୍ୟ ସରକାର ଦେଉନାହାନ୍ତି। କେବଳ ସେତିକି ନୁହେଁ, ଚିଟ୍ଫଣ୍ଡ ଜମାକାରୀଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ଓ ସମ୍ପତି ସବୁ ଜବତ କରାଯାଇଥିଲା ସେଗୁଡ଼ିକ ପ୍ରକୃତର ମୂଲ୍ୟ କେତେ ଓ ସେହିସବୁ ସଂସ୍ଥାଗୁଡ଼ିକ ଆଇନ ଅନୁସାରେ ଜବତ ସମ୍ପତି ବିକି କେତେ ଜମାକାରୀଙ୍କୁ ଅର୍ଥ ଫେରାଗଲା ତାହାର ହିସାବ ମଧ୍ୟ ନଦେଇ ତଥ୍ୟ ସଂଗୃହୀତ ହେଉଥିବାର ମିଥ୍ୟା ବିବରଣୀ ପ୍ରଦାନ କରୁଛନ୍ତି। ଚିଟଫଣ୍ଡ ଦୁର୍ନୀତି କାରବାର ପ୍ରଘଟ ପରେ ଦୀର୍ଘ ୮ବର୍ଷ ଭିତରେ କର୍ପସ ଫଣ୍ଡ ଓ ଚିଟ୍ଫଣ୍ଡ କମ୍ପାନୀମାନଙ୍କର ଜବତ ସମ୍ପତି ଜମାକାରୀମାନଙ୍କୁ ଦିଆନଯାଇ ରାଜ୍ୟ ସରକାର କ୍ରମାଗତ ଭାବରେ ଠକିବାରେ ବ୍ୟସ୍ତ ଅଛନ୍ତି। ପ୍ରାୟ ୫୦ଲକ୍ଷରୁ ଊଦ୍ଧ୍ୱର୍ ସାଧାରଣ ନିରୀହ ଜମାକାରୀମାନଙ୍କୁ ଚିଟଫଣ୍ଡ କମ୍ପାନୀମାନେ ଯେତିକି ଠକିଥିଲେ ତା’ଠାରୁ ଅଧିକ ଠକିବା କାର୍ଯ୍ୟ ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବରେ କରିଚାଲିଛନ୍ତି। ଦୁଇ ଦଫାରେ ୧୭ଲକ୍ଷ ଜମାକାରୀଙ୍କଠାରୁ ସତ୍ୟପାଠ ସହ ପ୍ରତ୍ୟେକ ଜମାକାରୀଙ୍କଠାରୁ ଟ.୧୦/- + ଟ.୨/- ଆଡ଼େସିଭ୍ ହାରରେ ଜମାକାରୀଙ୍କଠାରୁ ସରକାର ଜିଜିଆକର ଆଦାୟ କରିଥିଲେ ବି ଏପର୍ଯ୍ୟନ୍ତ ସମସ୍ତ ସତ୍ୟପାଠ ଯାଞ୍ଚ ମଧ୍ୟ କଲେନାହିଁ । ଏଣୁ ରାଜ୍ୟ ସରକାରଙ୍କ ଏହି ଠକେଇ ବିରୋଧରେ “ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ” ଗଣ ଅନ୍ଦୋଳନ ଜରିଆରେ ଲଢ଼ିବାକୁ ବାଧ୍ୟ ହୋଇଅଛି। ଏତେ କ୍ଷତିଗ୍ରସ୍ତ ଲେକମାନଙ୍କ ପାଇଁ ନବୀନ ସରକାରଙ୍କର ଯେପରି କାର୍ଯ୍ୟ କରୁଛି ଓ ପ୍ରତି ପ୍ରଶ୍ନ ଉପରେ ତଥ୍ୟ ସଂଗ୍ରହ ଚାଲିଥିବାର ଚଞ୍ଚକତାପୂର୍ଣ୍ଣ ବୟାନ ଦେଇ ବିଧାନସଭାକୁ ବିଭ୍ରାନ୍ତ କରୁଛନ୍ତି। ଏହା ବିରୋଧରେ ଚାଲିଥିବା ଆନ୍ଦୋଳନ କରୋନା କାଳରେ ବି ସାଙ୍କେତିକ ହେଲେ ବି ଚାଲିଥିଲା। ଏବେ ଜମାକାରୀ ସଂକଳ୍ପ ନେଲେଣି ସରକାରଙ୍କୁ ଉଚିତ୍ ଶିକ୍ଷା ଦେବେ। ୨୯ ସେପ୍ଟେମ୍ବରରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ତହସିଲ୍ରୁ ଆରମ୍ଭ ହୋଇ ପୁଣି ଜମାକାରୀ ଗଣ ସତ୍ୟାଗ୍ରହ ରାଜ୍ୟବ୍ୟାପୀ ଚାଲିବ ଓ ଏଥିରୁ ଉତ୍ପନ୍ନ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ। ଏହି ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ ଓ କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ଡଳୀ ସଦସ୍ୟ ଅନୁରାଧା ସୁବୁଦ୍ଧି ବିଭିନ୍ନ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories