www.samajalive.in
Tuesday, December 9, 2025
23.1 C
Bhubaneswar

ମନୋରମା ମହାପାତ୍ରଙ୍କ ବିୟୋଗରେ ବିଜେଡିର ଶୋକସଭା

ଆଠଗଡ :  ବିଶିଷ୍ଟ ସାହିତ୍ୟିକା, କବୟିତ୍ରୀ, ବାଗ୍ମୀ, ସମାଜର ପୂର୍ବତନ ସଂପାଦିକା, ଲୋକ ସେବକ ମଣ୍ଡଳର ପ୍ରାକ୍ତନ ଆଜୀବନ ସଦସ୍ୟ ଓ ଲୋକସେବକ ଯୁବ ମଣ୍ଡଳର ପ୍ରତିଷ୍ଠାତା ଡଃ ମନୋରମା ମହାପାତ୍ରଙ୍କ ବିୟୋଗରେ ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇବା ସହ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଭା ରବିବାର ଦଳୀୟ କାର୍ଯ୍ୟାଳୟ ସୂର୍ଯ୍ୟଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର ରାଉତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଠଗଡର ପୂର୍ବତନ ବିଧାୟକ ଓ ରାଜ୍ୟର ପୂର୍ବତନ ମନ୍ତ୍ରୀ ଏବଂ ସମାଜର ପୂର୍ବତନ ସଂପାଦକ ଡଃ ରାଧାନାଥ ରଥଙ୍କର ସୁପୁତ୍ରୀ ଶ୍ରୀମତୀ ମହାପାତ୍ର ଆଠଗଡ ସହରର ରାଧାନାଥପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ଏବଂ ଆଠଗଡ ପାଇଁ ସେ ହେଉଛନ୍ତି ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ବହୁ ଦଳୀୟ ନେତା ଯୋଗଦେଇ ଶ୍ରୀମତୀ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। ବାଲ୍ୟକାଳରୁ ନିଜ ପିତାଙ୍କ ସଙ୍ଘର୍ଷମୟ ଜୀବନ ସଂସ୍ପର୍ଶରେ ଆସି ସ୍ୱାଧୀନତା ସଂଗ୍ରାମର ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନର ଶେଷ ପର୍ଯ୍ୟନ୍ତ ସମାଜ ସେବାକୁ ବ୍ରତଭାବେ ଗ୍ରହଣ କରିଥିଲେ। ବନ୍ୟା, ବାତ୍ୟା, ମରୁଡି ହେଉ ଅବା ଯେ କୌଣସି ବିପର୍ଯ୍ୟୟ ସମୟରେ ପରିଣତ ବୟସରେ ମଧ୍ୟ ବିପନ୍ନ ଲୋକଙ୍କ ନିକଟକୁ ଆସି ସାହାଯ୍ୟ ଓ ସହଯୋଗର ହାତ ବଢାଉଥିଲେ। ଆଠଗଡରେ ନାରୀ ଶିକ୍ଷାର ପ୍ରସାର ପାଇଁ ଗୋପବନ୍ଧୁ ମହିଳା କଲେଜ ଓ ଖୁଣ୍ଟୁଣୀ ଠାରେ ରାଧାନାଥ ବିଜ୍ଞାନ କଲେଜ ପ୍ରତିଷ୍ଠା କରିବା ସହିତ ଏହାର ପରିଚାଳନା ଦାୟିତ୍ୱ ନେଇ ଲବ୍ଧପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ଗଢି ତୋଳିଥିଲେ। ତାଙ୍କ ବିୟୋଗରେ ଆଠଗଡ ମାଟି ଜଣେ ସୁଯୋଗ୍ୟା କନ୍ୟା ହରାଇଲା ଏବଂ ଓଡିଶା ଭାଷା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କ ଶୋକବାର୍ତ୍ତାରେ ମୃତ୍ୟୁ ପର୍ଯ୍ୟନ୍ତ ଶ୍ରୀମତୀ ମହାପାତ୍ର ତାଙ୍କୁ ବହୁ ଗଠନମୂଳକ ଓ ରଚନାତ୍ମକ ଉପଦେଶ ଦେଉଥିଲେ ବୋଲି ଲେଖିବା ସହିତ ତାଙ୍କ ଆବର୍ତ୍ତମାନରେ ଆଠଗଡ ମାଟି ଜଣେ ସୁକନ୍ୟା ଓ ଭଲପାଉଥିବା ମାଆଙ୍କୁ ହରାଇଲା ବୋଲି ପ୍ରକାଶ କରିଛନ୍ତି। ଏହି ସଭାରେ କଟକ ଜିଲ୍ଲା ବିଜେଡି ଉପସଭାପତି ନୃସିଂହଚରଣ ମହାପାତ୍ର, ଆଠଗଡ ସହର ସଭାପତି ଶିଶିର ପ୍ରସାଦ ମାନସିଂହ, କୃଷକନେତା ନିରାକାର ଲେଙ୍କା, ଯୁବନେତା ପ୍ରକାଶ ରାଉତ, ସମବାୟବିତ୍‍ ଲଳିତେନ୍ଦୁ ସେନାପତି, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ଛାତ୍ରନେତା ଶୁଭେନ୍ଦୁ ବେଉରା, ଯୁବନେତା ରାକେଶ ଦାସ, ମୂରଲୀଧର ନାୟକ, ରିଙ୍କୁ ପତ୍ରୀ, ଦୁଷ୍ମନ୍ତ ନାୟକ ନିର୍ମଳ ଦାସ, କାର୍ଯ୍ୟାଳୟ ସଂପାଦକ ରଞ୍ଜନ ଜେନା ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ। ପ୍ରାରମ୍ଭରେ ଶ୍ରୀମତୀ ମହାପାତ୍ରଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ ସହିତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories