www.samajalive.in
Sunday, December 7, 2025
18.1 C
Bhubaneswar

ମନୋରମା ମହାପାତ୍ରଙ୍କ ବିୟୋଗରେ ଆଠଗଡ ସ୍ତବ୍ଧ : ସବୁ ମହଲରେ ଶୋକର ଛାୟା

ଆଠଗଡ :  ଆଠଗଡରେ ଜନ୍ମିତ ବିଶିଷ୍ଟ କବୟିତ୍ରୀ, ସାହିତ୍ୟିକା, ବାଗ୍ମୀ, ପ୍ରବୀଣ ସାମ୍ବାଦିକ, ଆଧ୍ୟାତ୍ମିକ ଚେତନାବାଦୀ ବ୍ୟକ୍ତିତ୍ୱ, ସମାଜର ପୂର୍ବତନ ସଂପାଦିକା ପ୍ରଫେସର ଡଃ ମନୋରମା ମହାପାତ୍ରଙ୍କର ଆକସ୍ମିକ ବିୟୋଗ ଆଠଗଡବାସୀଙ୍କୁ ସ୍ତବ୍ଧ କରିଦେଇଛି । ଆଠଗଡର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଲୋକସେବକ ମଣ୍ଡଳର ପ୍ରାକ୍ତନ ରାଷ୍ଟ୍ରୀୟ ଅଧ୍ୟକ୍ଷ, ସମାଜର ସର୍ବାଧିକ କାଳ ସଂପାଦକ ରହିଥିବା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କର ସୁଯୋଗ୍ୟା କନ୍ୟା ମନୋରମାଙ୍କର ଆଠଗଡ ପ୍ରତି ଏକ ସ୍ୱତନ୍ତ୍ର ଦରଦ ରହିଥିଲା । ଆଠଗଡରେ ଶିକ୍ଷା, ବିଶେଷକରି ମହିଳାମାନଙ୍କର ଶିକ୍ଷା ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ। ଆଠଗଡରେ ଗୋପବନ୍ଧୁ ମହିଳା କଲେଜ ଏବଂ ଖୁଣ୍ଟୁଣୀରେ ରାଧାନାଥ ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ତାଙ୍କ ବଡଝିଅଙ୍କୁ ଆଠଗଡରେ ୧୯୭୫ମସିହାରେ ବାହାଦେବା ପରେ ତାଙ୍କର ଆଠଗଡ ପ୍ରତି ଆକର୍ଷଣ ବହୁଗୁଣିତ ହୋଇଥିଲା। ଆଠଗଡ ସାହିତ୍ୟ ସମାଜ ଓ ଡଃ ରାଧାନାଥ ରଥ ସ୍ମୃତି କମିଟି ପ୍ରତିଷ୍ଠାରେ ତାଙ୍କ ମୁଖ୍ୟ ଭୂମିକା ରହିଥିଲା। ଶନିବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଥିବା ଖବର ପ୍ରଚାରିତ ହେବାମାତ୍ରେ ଏଠାରେ ଶୋକର ଛାୟା ଖେଳିଯାଇଥିଲା। ବିଭିନ୍ନ ଅନୁଷ୍ଠାନ ବିଶେଷକରି ଗୋପବନ୍ଧୁ ମହିଳା କଲେଜ, ଗୋପବନ୍ଧୁ ବିଜ୍ଞାନ କଲେଜ, ବିଶ୍ୱନାଥ ବିଦ୍ୟାପୀଠ, ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ କଲେଜ, ଆଠଗଡ ସାହିତ୍ୟ ସମାଜ, ଆଠଗଡ ବୁଦ୍ଧିଜୀବୀ ସଂଘ, ଡକ୍ଟର ରାଧାନାଥ ରଥ ସ୍ମୃତି କମିଟି, ଯୋଗସେବା କେନ୍ଦ୍ର, ଇନରହ୍ୱିଲ୍‍ କ୍ଲବ, ଗ୍ରାଜୁଏଟ୍ସ କ୍ଲବ, ଗଡଜାତ ପରିକ୍ରମା, ଆଠଗଡ ବିକାଶ ପରିଷଦ ଆଦି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନର କର୍ମକର୍ତ୍ତା ଶ୍ରୀମତୀ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆଠଗଡ ତଥା ରାଜ୍ୟ ଓ ଦେଶ ଜଣେ ମହୀୟସୀ ମହିଳାଙ୍କୁ ହରାଇଲା ବୋଲି ମତପ୍ରକାଶ କରିବା ସହ ସମଗ୍ର ନାରୀ ଜାତି ପାଇଁ ସେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମତ ପ୍ରକାଶ ପାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories