www.samajalive.in
Sunday, December 7, 2025
14.1 C
Bhubaneswar

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଗଞ୍ଜାମ: ଶନିବାର ଦିନ କରୋନା କଟକଣା ନୀତିନିୟମ ଭିତରେ ସାବୁଳିୟା ଛାତ୍ର ଛାତ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସଭାଗୃହ ପରିସରରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ୧୯୮୨-୮୩ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଓ ଆମନ୍ତ୍ରିତ ଅତିଥିମାନଙ୍କୁ ଚନ୍ଦନ, ସିନ୍ଦୁର ଓ ଗୋଲାପ ଫୁଲ ପ୍ରଦାନ ପୂର୍ବକ ପତାକା ଉତ୍ତୋଳନ ସହ ସଭା କକ୍ଷକୁ ପ୍ରଵେଶ କରାଇଥିଲେ। ନିମନ୍ତ୍ରଣ ପତ୍ର ସୂଚିତ ପ୍ରକାରେ ପ୍ରଦୀପ ପ୍ରଜ୍ଜ୍ଵଳନ, ବେଦ ପାଠ (ଲକ୍ଷ୍ମୀ ଚରଣ ଆଚାର୍ଯ୍ୟ), ପାରମ୍ବିକ ସଙ୍ଗୀତ (ମିନତୀ ରଥ)। ମଞ୍ଚ।ସିନ ଅତିଥିମାନଙ୍କୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉପଢୌକନ ପ୍ରଦାନ ସହ ମାନପତ୍ର ଦିଆଯାଇଥିଲା। ଏଥିସହ କାର୍ଯ୍ୟକ୍ରମ ପୂର୍ବରୁ ଦିବଂଗତ ଶିକ୍ଷକ, ଶିକ୍ଷୟତ୍ରୀ, ବନ୍ଧୁ ଓ ଛାତ୍ରଛାତ୍ରୀଙ୍କ ଆତ୍ମାର ସଦଗତି ନିମନ୍ତେ ଠିଆ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ପ୍ରଦଶ କୁମାର ସାହୁ।

କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସ ୧୯୮୨-୮୩ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ, ଉପସ୍ଥିତ ବ୍ୟକ୍ତିମାନଙ୍କୁ ଅଭିଭାଷଣ ମାଧ୍ୟମରେ ସର୍ବପଲ୍ଲୀ ରାଧାକୃଷ୍ଣ, ସର୍କଟିସ, କୋଠ।ରୀ ଶାସନ, ଦେଶ ଓ ସମାଜ ଗଠନରେ ଗୁରୁଙ୍କୁ ପ୍ରାଧାନ୍ୟ ଦେବା କଥା ମହାମନିଷିଙ୍କ ବାଣୀ କେବଳ ନଥି ପତ୍ରରେ ସୀମିତ ହୋଇ ରହିଗଲା ବୋଲି ଅଭିବ୍ୟକ୍ତି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚ।ସିନ ରହିଥିଲେ ଶିକ୍ଷକ ବିଜୟ କୁମାର ଦାସ, ଶିକ୍ଷୟତ୍ରୀ ମିନାରାଣୀ ଦାସ, ବିଶ୍ୱନାଥ ଦାସ, ଲକ୍ଷ୍ମୀଧର ପ୍ରହରାଜ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଞ୍ଚ।ସିନ ରହିଥିଲେ। ଏଥିସହ ପ୍ରିଣ୍ଟ ମିଡ଼ିଆ ଓ ଇଲେକଟ୍ରିକ ମିଡ଼ିଆ ଉପସ୍ଥିତ ରହିବା ସହ ଛାତ୍ରଛାତ୍ରୀମାନେ ନିଜ ନିଜର ବ୍ୟକ୍ତିଗତ ମତାମତ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ବାଉରୀ ବନ୍ଧୁ ଗୌଡ଼ (ସଭାପତି), ପ୍ରଦଶ କୁମାର ସାହୁ (ସମ୍ପାଦକ), ଉମାକାନ୍ତ ସାହୁ (କୋଷାଧକ୍ଷ), ବିଶ୍ୱଜିତ ତରାଇ (ପରିଚାଳକ), ଅକ୍ଷୟ କୁମାର ସେନାପତି (ଉପଦେଷ୍ଟା ଓ ମାର୍ଗଦର୍ଶକ), ସୁରେନ୍ଦ୍ର କୁମାର ସାହୁ (ସଂଯୋଜକ/ମିଡ଼ିଆ ସେଲ) ସମେତ ଘନଶ୍ୟାମ ମଳିକ, ଏସ ରାଜକୁମାରୀ, ରବି ବେହେରା, ରମେଶ ଚନ୍ଦ୍ର ଜାଲି, ବସନ୍ତ ଦାସ, ରବି ନାରାୟଣ ସାହୁ, ସରୋଜ ପଟ୍ଟନାୟକ, ଜୟସେନ ନାହାକ, ଦିଲିୟ। ସାହୁ, ଉଷାରଣୀ ନାୟକ, ଅନିତା ମିଶ୍ର, ବିଜୟ ଲକ୍ଷ୍ମୀ ମହାପାତ୍ର, କୁନି ପଟ୍ଟନାୟକ, ସୁରଭି ସେନାପତି ସମେତ ବହୁ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories