www.samajalive.in
Monday, December 8, 2025
14.1 C
Bhubaneswar

ନିତିନ ଗଡକରିଙ୍କୁ ୟୁଟ୍ୟୁବ ମାସକୁ ଦେଉଛି ୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କୁ ୟୁଟ୍ୟୁବରୁ ମାସକୁ ମିଳୁଛି ୪ ଲକ୍ଷ ଟଙ୍କା। ଏକଥା ନିଜେ ଗଡକରି ପ୍ରକାଶ କରିଛନ୍ତି। କୋଭିଡ ମହାମାରୀ କାରଣରୁ ତାଲାବନ୍ଦ ସମୟରେ ସେ ନିଜ ସମୟକୁ କିଭଳି ଉପଯୋଗ କରିଥିଲେ, ସେକଥା କହିଛନ୍ତି ଗଡକରି। ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିବାକୁ ଯାଇଥିବା ଅବସରରେ ହରିଆଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଡକରି କହିଛନ୍ତି, କୋଭିଡ-୧୯ ତାଲାବନ୍ଦ ସମୟରେ ସେ ଦୁଇଟି କାମ କରିଥିଲେ। ସେ ଘରେ ରୋଷେଇ କରିବା ସହିତ ଭିଡିଓ କନଫରେନ୍ସିଂ ଜରିଆରେ ବକ୍ତୃତା ଦେବା ଆରମ୍ଭ କରିଥିଲେ। ଅନ୍‍ଲାଇନରେ ସେ ନିଜର ଅଭିଭାଷଣ ରଖୁଥିଲେ ଯାହା ୟୁଟ୍ୟୁବରେ ଅପଲୋଡ କରାଯାଉଥିଲା। ତାହାର ବିପୁଳ ସଂଖ୍ୟକ ଦର୍ଶକ ଦେଖିଥିଲେ। ସେଥିପାଇଁ ୟୁଟ୍ୟୁବ ଏବେ ତାଙ୍କୁ ମାସକୁ ୪ ଲକ୍ଷ ଟଙ୍କା ମାସକୁ ପ୍ରଦାନ କରୁଛି। ଅତୀତର କଥାକୁ ମନେପକାଇ ସେ କହିଥିଲେ ଯେ ତାଙ୍କ ଶ୍ୱଶୁର ଘର ରାସ୍ତା ମଝିରେ ରହିଯାଇଥିଲା। ସେ ତାଙ୍କ ପତ୍ନୀଙ୍କୁ ନଜଣାଇ ସେହି ଘର ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ସେ ନୂଆ ବିବାହ କରିଥାନ୍ତି। ପରେ ତାଙ୍କ ପତ୍ନୀ ଏହା ଜାଣିବାକୁ ପାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories