www.samajalive.in
Sunday, December 7, 2025
18.1 C
Bhubaneswar

ତାଲିବାନ ଆତଙ୍କିଙ୍କୁ ଦୃଷ୍ଟିରେ ରଖି ଭାରତୀୟ ସେନା ପାଇବେ ନୂଆ ତାଲିମ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଆତଙ୍କି ଗୋଷ୍ଠୀ କ୍ଷମତା ଦଖଲ କରିବା ଏବଂ ସେମାନଙ୍କ ସହିତ ଅଲ କାଏଦା, ହକାନି ନେଟୱର୍କ ଭଳି ଏକାଧିକ ଆତଙ୍କି ଗୋଷ୍ଠୀ ସାମିଲ ହୋଇଥିବାରୁ ଭାରତୀୟ ସୈନ୍ୟମାନଙ୍କୁ ସଂପ୍ରତି ଅତ୍ୟାଧୁନିକ ତାଲିମ ଦିଆଯିବ। ଦେଶର ପ୍ରତିରକ୍ଷା ବାହିନୀ ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଏହାର ସୈନ୍ୟ ଏବଂ ସେମାନଙ୍କର ଗୁଇନ୍ଦା ପ୍ରତିଷ୍ଠାନରେ ନିୟୋଜିତ ଅଧିକାରୀମାନଙ୍କୁ ଆତଙ୍କିଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଗୁଇନ୍ଦା ସଂଗ୍ରହ ଓ ଶତ୍ରୁପକ୍ଷର ମୁକାବିଲା କରିବା ନିମନ୍ତେ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କରାଯିବ। ଏହାଦ୍ୱାରା ଦେଶର ସୀମାନ୍ତରେ ଗୁରୁତର ନିରାପତ୍ତାଗତ ସଙ୍କଟକୁ ଏଡାଯାଇପାରିବ।

ଆଫଗାନିସ୍ତାନରେ ତାଲିବାନ ଆତଙ୍କି ଗୋଷ୍ଠୀର କ୍ଷମତା ଦଖଲ ଭାରତର ନିରାପତ୍ତା ପରିସ୍ଥିତି ପାଇଁ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କାରେ ଭାରତରେ ଆତଙ୍କବାଦ ମୁକାବିଲା କାର୍ଯ୍ୟରେ ମୁତୟନ ଥିବା ସୀମାନ୍ତ ସୁରକ୍ଷା ବାହିନୀ ଓ ସଶସ୍ତ୍ର ପୁଲିସ ବାହିନୀଗୁଡିକୁ ସେମାନଙ୍କର ରଣକୌଶଳ, ଲଢୁଆ ପାଠ୍ୟକ୍ରମ ଆଦିରେ କେନ୍ଦ୍ର ଓ ଦକ୍ଷିଣ ଏସିଆରେ ପରିବର୍ତ୍ତିତ ଭୌଗୋଳିକ ଓ ରାଜନୈତିକ ସ୍ଥିତି ଏବଂ ଭାରତର ସୀମାନ୍ତ ତଥା ତାହାର ପଶ୍ଚାତ୍‍ ଭୂମିରେ ତାହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଆବଶ୍ୟକ ପରିବର୍ତ୍ତନ ଆଣିବାକୁ କୁହାଯାଇଛି। ସେଥିପାଇଁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସୈନ୍ୟବାହିନୀ ଏବଂ ଗୁଇନ୍ଦା ସଂସ୍ଥାକୁ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଚୂଡାନ୍ତ କରିବାକୁ କୁହାଯାଇଛି। ଏପରିକି ଭାରତୀୟ ସୀମାନ୍ତରେ ସୁରକ୍ଷା ଦେଉଥିବା ଶେଷ ବ୍ୟକ୍ତି ମଧ୍ୟ ତାଲିବାନର ଇତିହାସ ସମ୍ପର୍କରେ ଜାଣିବା ଏବଂ ସେମାନଙ୍କ କାର୍ଯ୍ୟକଳାପ ଓ ରଣକୋ÷ଶଳ ସମ୍ପର୍କରେ ଜାଣିବା ଜରୁରୀ ବୋଲି କୁହାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories