www.samajalive.in
Sunday, December 7, 2025
26.1 C
Bhubaneswar

ରାଜଧାନୀରୁ କୋରାପୁଟକୁ ୨୨ବର୍ଷରେ ଗୋଟିଏ ଟ୍ରେନ

ଭୁବନେଶ୍ୱର: ଅବିଭକ୍ତ କୋରାପୁଟ ଜିଲାକୁ ରେଳବାଇ ସବୁବେଳେ ବୈମାତୃକ ମନୋଭାବ ପୋଷଣ କରିଆସିଛି। ଏଠାରୁ ବିପୁଳ ପରିମାଣର ରାଜସ୍ବ ନେଉଥିଲେ ହେଁ ଦେଲାବେଳକୁ ହାତ ଥରୁଛି। ‌େ‌ଯଉଁଥିପାଇଁ ଗତ ୨୨ବର୍ଷ ଭିତରେ ରାଜଧାନୀରୁ ଜିଲାକୁ ମାତ୍ର ଗୋଟିଏ ଟ୍ରେନ୍ ଗଡୁଛି ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।
ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ହୀରାଖଣ୍ଡ ଏକ୍ସପ୍ରେସରେ ଆଧୁନିକ ଏଲଏଚବି କୋଚ ସଂଯୋଗ କାର୍ୟ୍ୟକ୍ରମକୁ ନେଇ ଶ୍ରୀ ବାହିନୀପତି କହିଛନ୍ତି ଯେ କିଛିଦିନ ତଳେ ରେଳମନ୍ତ୍ରୀ କୋରାପୁଟଗସ୍ତରେ ଆସିଥିବା ବେଳେ ରେଳବଗିର ଦୟନୀୟ ଅବସ୍ଥା ଅନୁଭବ କରି ଉନ୍ନତ ରେଳବଗି ହୀରାଖଣ୍ଡ ସହିତ ଯୋଡିିଛନ୍ତି, ଏହାଭଲ କଥା। ମାତ୍ର ଅବିଭକ୍ତ କୋରାପୁଟବାସୀଙ୍କ ପାଇଁ ୧୯୯୯ରୁ ୨୨ବର୍ଷ ଧରି ରାଜଧାନୀକୁ ଗୋଟିଏ ହୀରାଖଣ୍ଡ ଟ୍ରେନ ଚଳାଚଳ କରୁଛି । ଏହି ଟ୍ରେନଟି ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ ୩ଟି ରାଜ୍ୟ ଭିତରେ ଚଳାଚଳ କରୁଥିବା ବେଳେ ଦକ୍ଷିଣ ଓଡ଼ିଶାର ୫୦ ଲକ୍ଷ ଲୋକଙ୍କ ନିମନ୍ତେ ହୀରାଖଣ୍ଡ ଟ୍ରେନ ଏକମାତ୍ର ଭରସା ହୋଇଛି । କେ.କେ. ଲାଇନ ଓ ରାୟଗଡା-କୋରାପୁଟ ରେଳପଥ ଦେଇ ବହୁ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି। ଏଥିରୁ ରେଳବାଇ ପ୍ରତିବର୍ଷ ବିପୁଳ ରାଜସ୍ବ ସଂଗ୍ରହ କରୁଛି। ହେଲେ ଏହି ଦୁଇଟି ରେଳପଥ ଦେଇ ହାତଗଣତି ଟ୍ରେନ୍ ଚଳାଚଳ କରୁଛି।

 

- Advertisement -

କୋରାପୁଟ ଜିଲାପାଇଁ ଭୁବନେଶ୍ବରକୁ ଆଉ ଗୋଟିଏ ଟ୍ରେନର ଆବଶ୍ୟକତା ରହିଛି। ସେହିଭଳି ନୂଆଦିଲ୍ଲୀ ଓ ବେଙ୍ଗାଲୁରୁକୁ ଜୟପୁରଠାରୁ ଗୋଟିଏ ଟ୍ରେନ୍ ଚଳାଚଳ କରାଗଲେ ତାହା ଜିଲାବାସୀଙ୍କ ପାଇଁ ଯାତାୟାତରେ ବିଶେଷ ସହାୟକ ହୋଇପାରନ୍ତା। ଏଥିପୂର୍ବରୁ ବିଧାନସଭାର ସର୍ବଦଳୀୟ କମିଟି ଦିଲ୍ଲୀଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏହି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲା। ହେଲେ ଏପର୍ୟ୍ୟନ୍ତ ସେଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେହିପରି ମାଲକାନଗିରି-ଜୟପୁର ରେଳପଥ ଓ ନବରଙ୍ଗପୁର ଦେଇ ରାୟଗଡା-ଗୁଣୁପୁର ରେଳପଥ ପାଇଁ ମଧ୍ୟ ଅନେକ ଥର ଦାବି କରାଯାଇଛି। ହେଲେ ରେଳବାଇ ବିଭାଗ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ନୂଆ ରେଳମନ୍ତ୍ରୀ ଏଦିଗରେ ଦୃଷ୍ଟି ଦେବାକୁ ଶ୍ରୀ ବାହିନୀପତି ଦାବି କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories