www.samajalive.in
Sunday, December 7, 2025
26.1 C
Bhubaneswar

୯/୧୧ ମାନବ ଜାତି ଉପରେ ଆକ୍ରମଣ ଥିଲା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଆତଙ୍କି ଆକ୍ରମଣ ସମଗ୍ର ମାନବ ଜାତି ଉପରେ ଆକ୍ରମଣ ଥିଲା। ସେହିଭଳି ଆକ୍ରମଣର ସ୍ଥାୟୀ ସମାଧାନ ଭାରତରେ ଶିକ୍ଷା ଦିଆଯାଉଥିବା ମାନବୀୟ ମୂଲ୍ୟବୋଧରେ ଦେଖିବାକୁ ମିଳିଥାଏ ବୋଲି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟର ଅହମଦାବାଦରେ ସର୍ଦାରଧାମ ଭବନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ୧୯୮୩ ସେପ୍ଟେମ୍ବର ୧୧ ତାରିଖରେ ସ୍ୱାମୀ ବିବେକାନନ୍ଦ ଚିକାଗୋରେ ଭାଷଣ ଦେଇ ସାରା ବିଶ୍ୱକୁ ଆମର ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେଇଥିଲେ। ସେଥିପାଇଁ ଏହି ଦିବସ ତାତ୍ପର୍ଯ୍ୟ ରଖୁଛି। ପ୍ରଧାନମନ୍ତ୍ରୀ କହିଲେ ମାନବ ଜାତି ଉପରେ ହୋଇଥିବା ଆତଙ୍କି ଆକ୍ରମଣ ପାଇଁ ବିଶ୍ୱ ଇତିହାସ ଏହି ଦିନଟକୁ ସ୍ମରଣ ରଖିବ, କିନ୍ତୁ ସେହି ଦିନ ମଧ୍ୟ ଆମକୁ ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେଇଥିଲା।

ଅହମଦାବାଦରେ ସ୍ଥାପନ କରାଯାଇଥିବା ସର୍ଦାରଧାମ ଭବନରେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧୁନିକ ସୁବିଧା ସୁଯୋଗ ରହିଛି। ଏଠାରେ ଥିବା କନ୍ୟା ଛାତ୍ରାବାସରେ ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ୨୦୦୦ ଛାତ୍ରୀ ରହିବା ବ୍ୟବସ୍ଥା ରହିଛି। କୋଭିଡ-୧୯ ବୈଶ୍ୱିକ ମହାମାରୀ ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ବିଶ୍ୱର ସମସ୍ତ ଅର୍ଥନୀତିକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏଥିରୁ ବାଦ୍‍ ପଡିନାହିଁ, କିନ୍ତୁ ଭାରତର ଅର୍ଥନୀତି ଯେତିକି ତଳକୁ ଖସିଥିଲା ପୁଣି ତାହା ପୂର୍ବ ଅବସ୍ଥାକୁ ଫେରୁଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories