www.samajalive.in
Sunday, December 7, 2025
18.1 C
Bhubaneswar

ଇରାକର କିରକୁକ ନିକଟରେ ୧୩ ପୁଲିସ କର୍ମଚାରୀଙ୍କୁ ହତ୍ୟାକଲେ ଆଇଏସଆଇଏସ ଆତଙ୍କି

ବାଗଦାଦ: ଇରାକର କିରକୁକ ସହରର ଦକ୍ଷିଣକୁ ପ୍ରାୟ ୬୫ କିଲୋମିଟର ଦୂରରେ ଅବସ୍ଥିତ ଅଲ୍‍ ରଶଦ ଅଞ୍ଚଳରେ ଆଇଏସଆଇଏସ ଆତଙ୍କିମାନେ ଇରାକର ୧୦ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ଥିବା ଏକ ତନଖି ସ୍ଥଳରେ ମୁତୟନ ହୋଇଥିବା ଇରାକି ପୁଲିସ କର୍ମଚାରୀଙ୍କ ଉପରେ ଆଇଏସଆଇଏସ ଆତଙ୍କିମାନେ ଅତିର୍କିତ ଭାବରେ ଆକ୍ରମଣ କରିଥିଲେ। ଏଥିରେ ୧୩ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ତିନିଜଣ ଆହତ ହୋଇଥିବା ସେଠାରେ ଉପସ୍ଥିତ ଥିବା ଜଣେ ନିରାପତ୍ତା ଅଧିକାରୀ କହିଛନ୍ତି। କିରକୁକସ୍ଥିତ ଏକ ହସପିଟାଲ ସୂତ୍ରରୁ ମୃତ୍ୟୁସଂଖ୍ୟା ୧୩ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୪ରେ ଆଇଏସଆଇଏସ ଆତଙ୍କିମାନେ ଇରାକର ସ୍ୱାତ ଅଞ୍ଚଳ ନିଜ ଦଖଲକୁ ନେଇଥିଲେ। ତେବେ ଆମେରିକା ନେତୃତ୍ୱରେ ସେଠାରେ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇ ସେମାନଙ୍କୁ ବିତାଡିତ କରାଯାଇଥିଲା। ୨୦୧୭ରେ ଇରାକ ସରକାର ଏହି ସୁନି ଆତଙ୍କିମାନେ ପରାସ୍ତ ହୋଇଥିବା ଘୋଷଣା କରିଥିଲେ। ତେବେ ଆଇଏସଆଇଏସ ଆତଙ୍କିମାନେ ଏବେ ମଧ୍ୟ ସେଠାରେ ଗୋପନରେ ସେମାନଙ୍କର ଆତଙ୍କମୂଳକ କାର୍ଯ୍ୟକଳାପ ଜାରି ରଖିଛନ୍ତି ଏବଂ ସମୟାନ୍ତରରେ ନିରାପତ୍ତା ବାହିନୀ ଉପରେ ବଡଧରଣର ଆକ୍ରମଣ କରୁଛନ୍ତି। ଚଳିତ ବର୍ଷ ଏହି ଆକ୍ରମଣ ସବୁଠାରୁ ଭୟାନକ ବୋଲି କୁହାଯାଉଛି। ଏହା ପୂର୍ବରୁ ଜୁଲାଇ ୧୯ରେ ଆଇଏସଆଇଏସର ବୋମାମାଡରେ ବାଗଦାଦର ସହରତଳି ସିହା ଅଧ୍ୟୁଷିତ ସଦର ସିଟିର ଅଲ୍‍ ୱହେଲିଆତ ବଜାରରେ ୩୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସଂପ୍ରତି ଇରାକରେ ଆନ୍ତର୍ଜାତିକ ମେଣ୍ଟର ୩୫୦୦ ସୈନ୍ୟ ରହିଛନ୍ତି ଏବଂ ସେଥିମଧ୍ୟରେ ଆମେରିକାର ୨୫୦୦ ସୈନ୍ୟ ଥିବା ଜଣାଯାଇଛି। ତେବେ ଏହା ପର୍ଯ୍ୟାୟକ୍ରମେ ନିଜ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିବା ସହିତ ଆସନ୍ତା ବର୍ଷ ଠାରୁ ଆମେରିକା ସୈନ୍ୟମାନେ ଇରାକ ପ୍ରତିପକ୍ଷଙ୍କୁ କେବଳ ତାଲିମ ଓ ପରାମର୍ଶ ଦେବେ ବୋଲି ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories