www.samajalive.in
Monday, December 8, 2025
16.1 C
Bhubaneswar

ବିଗ୍‍ ବସ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ହୃଦଘାତରେ ଅକାଳ ବିୟୋଗ

ମୁମ୍ବଇ: ଲୋକପ୍ରିୟ ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଅକାଳ ବିୟୋଗ ଘଟିଛି। ଦୀର୍ଘକାଳରୁ ଚାଲିଥିବା ଲୋକପ୍ରିୟ ଟିଭି ସୋ’ ବାଳିକା ବଧୁରେ ଅଭିନୟ ପାଇଁ ଦର୍ଶକଙ୍କ ନିକଟରେ ସୁପରିଚିତ ହୋଇଥିବା ସିଦ୍ଧାର୍ଥଙ୍କର ଗୁରୁବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ତାଙ୍କ ମା’ ଓ ଦୁଇ ଭଉଣୀ ଅଛନ୍ତି। ସ୍ଥାନୀୟ ଏକ ଘରୋଇ ହସପିଟାଲ ପକ୍ଷରୁ କୁହାଯାଇଛି ଯେ ହୃଦଘାତ ପରେ ତାଙ୍କୁ ତୁରନ୍ତ ହସପିଟାଲକୁ ଅଣାଯାଇଥିଲା, ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ସିଦ୍ଧାର୍ଥ ଜଣେ ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିବା ପରେ ‘ବାବୁଲ କା ଆଙ୍ଗନ ଛୁଟେ ନା’ ଟେଲିଭିଜନ ସୋ’ରେ ଅଗ୍ରଣୀ ଭୂମିକାରେ ଅଭିନୟ କରିଥିଲେ। ପରେ ‘ଜାନେ ପେହଚାନେ ସେ..ୟେ ଅଜନବି’, ‘ଲଭ ୟୁ ଜିନ୍ଦେଗି’ ଆଦିରେ ଅଭିନୟ କରିଥିଲେ। ତେବେ ବାଳିକା ବଧୁ ତାଙ୍କୁ ଖ୍ୟାତି ଆଣିଦେଇଥିଲା। ସେ ମଧ୍ୟ ରିଅଲଟି ସୋ ‘ଝଲକ ଦିଖଲା ଯା ୬’, ‘ରିଅର ଫାକ୍ଟର: ଖତ୍‍ରୋଁ କେ ଖିଲାଡି’ ଏବଂ ‘ବିଗ୍‍ ବସ ୧୩’ରେ ଅଂଶଗ୍ରହଣ କରିଥିଲେ। ୨୦୧୪ରେ ସିଦ୍ଧାର୍ଥ କରନ ଜୋହରଙ୍କ ପ୍ରଯୋଜିତ ‘ହମ୍ପଟି ଶର୍ମା କି ଦୁଲହନିଆ’ରେ ଏକ ସହଯୋଗୀ ଚରିତ୍ରରେ ଅଭିନୟ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories