www.samajalive.in
Sunday, December 7, 2025
13.1 C
Bhubaneswar

ବିଶ୍ୱକୁ ତାଲିବାନର ଚେତାବନୀ- ଆମେରିକାର ପରାଜୟରୁ ଶିକ୍ଷାଲାଭ କର

କାବୁଲ: ମଙ୍ଗଳବାର ଦିନ ତାଲିବାନ ଆତଙ୍କିମାନେ ଆଫଗାନିସ୍ତାନରେ ସେମାନଙ୍କର ପୂର୍ଣ୍ଣ ଦଖଲ ମୁହୂର୍ତ୍ତକୁ ଫାଙ୍କା ଗୁଳିଚାଳନା କରି ପାଳନ କରିଛନ୍ତି। ତାଲିବାନ ଆତଙ୍କିମାନେ ଅନେକ ରାଉଣ୍ଡ ଗୁଳି ଚଳାଇବାସହିତ ଆମେରିକାର ପରାଜୟ ଓ ସେମାନଙ୍କର ବିଜୟକୁ ପାଳନ କରିଛନ୍ତି। ଆମେରିକାର ଆଫଗାନିସ୍ତାନରେ ଥିବା ଅବଶିଷ୍ଟ ସୈନ୍ୟମାନେ ସୋମବାର ରାତିରେ ଦେଶଛାଡି ଚାଲିଯିବା ପରେ ମଙ୍ଗଳବାର ସକାଳୁ ସକାଳୁ ତାଲିବାନ ଆତଙ୍କିମାନେ ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କରି ଖୁସିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରୁ ଫାଙ୍କା ଗୁଳିଚାଳନା କରିଥିଲେ। ତାଲିବାନ ମୁଖପାତ୍ର ଜବିହଉଲ୍ଲା ମୁଜାହିଦ ସାମ୍ବାଦିକମାନଙ୍କୁ ବିମାନ ବନ୍ଦର ମଧରେ କହିଥିଲେ ଯେ ଏହି ବିଜୟ ପାଇଁ ସେ ତାଲିବାନ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ତାହାସହିତ ସେ ସାରା ବିଶ୍ୱକୁ ମଧ୍ୟ ଚେତାବନୀ ମଧ୍ୟ ଦେଇଥିଲେ। ଜବିହଉଲ୍ଲା କହିଥିଲେ, ଆଫଗାନିସ୍ତାନରେ ଆମେରିକାର ପରାଜୟରୁ ସାରା ବିଶ୍ୱର ଆକ୍ରମଣକାରୀ ଶିକ୍ଷା ଲାଭ କରିବା ଉଚିତ। ତେବେ ଏହାକୁ ନେଇ ଆଫଗାନବାସୀ ଆତଙ୍କିତ ହୋଇପଡିଛନ୍ତି। ଆମେରିକା ଚାଲିଯିବାପରେ ସେମାନଙ୍କର ଶେଷ ଆଶା ଟିକକ ଧୂଳିସାତ ହୋଇଯାଇଛି। କେବଳ ନିଜର ଓ ପରିବାର ଲୋକଙ୍କ ଜୀବନ ବଞ୍ଚାଇବାକୁ ଖାଇବା ପିଇବା ଭୁଲି ଧାଁ ଦଉଡ କରୁଛନ୍ତି ଆଫଗାନ ଜନସାଧାରଣ। ୧୯୯୬-୨୦୦୧ ଆଫଗାନିସ୍ତାନରେ ତାଲିବାନର ପ୍ରଥମ ଶାସନ କାଳର କ୍ରୁରତା ମନେପଡିଲେ ସେମାନଙ୍କ ଲୋମ ଟାଙ୍କୁରି ଉଠୁଛି।
କାବୁଲ ବିମାନ ବନ୍ଦରରୁ ସମସ୍ତ ଉଡାଣ ବନ୍ଦ ରହିଥିବାବେଳେ ତାହା କେବେ ଆରମ୍ଭ ହେବ, ତାହା କେହି ଜାଣିନାହାନ୍ତି। ଏବେ ମଧ୍ୟ ଆଫଗାନିସ୍ତାନରେ ବିଭିନ୍ନ ରାଷ୍ଟ୍ରର ନାଗରିକ ରହିଯାଇଛନ୍ତି। ବିଶେଷକରି ଆମେରିକା ଏବଂ ତାହାର ମିତ୍ରରାଷ୍ଟ୍ରଗୁଡିକର କେତେକ ନାଗରିକଙ୍କ ସମେତ ସେମାନଙ୍କୁ ସହଯୋଗ ଓ ସମର୍ଥ କରୁଥିବା ଆଫଗାନିସ୍ତାନର କିଛି ଲୋକ ଅଛନ୍ତି, ଯେଉଁମାନେ ସେଠାରୁ ଅନ୍ୟତ୍ର ଚାଲିଯିବାକୁ ଚାହୁଁଛନ୍ତି। ଇତିମଧ୍ୟରେ ତାଲିବାନ ଆତଙ୍କିମାନେ ସେହି ସମସ୍ତ ଆଫଗାନ ନାଗରିକଙ୍କୁ ଘରକୁ ଘର ଖୋଜିବା ଆରମ୍ଭ କରିଦେଇଛନ୍ତି। ତାହାସହିତ ବିମାନ ବନ୍ଦରରୁ ଉଡାଣ ଆରମ୍ଭ ହେଲେ ତାହା ଉପରେ ଆଇଏସ-ଖୁରାସାନ ଆତଙ୍କି ଗୋଷ୍ଠୀ ପକ୍ଷରୁ ଆକ୍ରମଣ ଆଶଙ୍କା ମଧ୍ୟ ରହିଛି। ତେଣୁ କାବୁଲକୁ କେଉଁ ସଂସ୍ଥା ବା ରାଷ୍ଟ୍ରର ବିମାନ ଉଡାଣ କରିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories