www.samajalive.in
Sunday, December 7, 2025
23.1 C
Bhubaneswar

ସ୍କୁଲ ଖୋଲିବା ସପକ୍ଷରେ ବରିଷ୍ଠ ଡାକ୍ତର ଓ ଶିକ୍ଷାବିତ୍

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ପ୍ରଥମରୁ ଅଷ୍ଟମ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବାବେଳେ ସଞ୍ଚାର (ଅନ୍‌ଲାଇନ୍‌) ମାଧ୍ୟମରେ ପିଲାଙ୍କୁ ପାଠ ପଢାଯାଉଛି। ଯଦି ବିଦ୍ୟାଳୟ ନ ଖୋଲେ ତାହେଲେ ଏହି ପିଢି ଅଧିକ କ୍ଷତିଗ୍ରସ୍ତ ହେବେ ଓ ଦେଶ ପଛକୁ ଚାଲିଯିବ ବୋଲି କେତେକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ସରକାର ବିଦ୍ୟାଳୟ ଖୋଲନ୍ତୁ ବୋଲି କେତେକ ଶିକ୍ଷାବିତ୍ ଓ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ତେବେ ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହି ପରାମର୍ଶ ଉପରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ।
ବରିଷ୍ଠ ଡାକ୍ତର ଓ ଶିକ୍ଷାବିତଙ୍କ କହିବାନୁଯାୟୀ, ବିଦ୍ୟାଳୟ ବନ୍ଦ ରହିବା ଦ୍ବାରା ପିଲାମାନେ ଘରେ ରହି ଆତ୍ମବିଶ୍ୱାସ, ବିଷାଦ ଘେରରେ ରହୁଛନ୍ତି। ସେମାନଙ୍କ ମତରେ ବିଦ୍ୟାଳୟ ଅଧିକ ସମୟ ବନ୍ଦ ରହିଲେ ଦେଶ ବହୁ ପଛକୁ ଚାଲିଯିବ। ୫୦ରୁ ଅଧିକ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଶୀଘ୍ର ବିଦ୍ୟାଳୟ ଖୋଲିବାକୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇ ଆଇଆଇଟି, ଦିଲ୍ଲୀ ଆଇଆଇଟି, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ଡାକ୍ତର, ଆଇନଜୀବୀ ଓ ଅଭିଭାବକ ବିଦ୍ୟାଳୟ ଖୋଲିବା ପାଇଁ ନିବେଦନ କରିଛନ୍ତି। ଓଡିଶାର ଶିକ୍ଷାବିତ୍ ବି ଏଥିରେ ସମର୍ଥନ ଜଣାଇଛନ୍ତି। ବିଦ୍ୟାଳୟ ବନ୍ଦ ହେବା ସହ ତାଲାବନ୍ଦ ଭଳି କଟକଣା ଥିବାରୁ ପିଲାମାନଙ୍କ ସମୟ ଘର ଭିତରେ ବିତୁଛି। ଫଳରେ ଧିରେ ଧିରେ ସେମାନଙ୍କ ଭିତରେ ମାନସିକ ବିଷାଦ ବଢୁଛି। କେବଳ ଏତିକି ନୁହଁ ଆତ୍ମବିଶ୍ୱାସ କମିଯାଉଥିବାରୁ ଆତ୍ମହତ୍ୟା ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ତେବେ କଟକଣା ଭିତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଖୋଲିଲେ ଏଭଳି ସମସ୍ୟା ହେବନାହିଁ ବୋଲି ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି। ଅନ୍ୟପଟେ ମେଦାନ୍ତର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ ବିଦ୍ୟାଳୟ ନ ଖୋଲିବା ସପକ୍ଷରେ ଯୁକ୍ତି ବାଢିଛନ୍ତି। ଦିଲ୍ଲୀ ଓ ତାମିଲନାଡୁରେ ସେପ୍ଟେମ୍ବର ପହିଲାରୁ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଖୋଲିବାକୁ ଯାଉଛି। ରାଜସ୍ଥାନରେ ଗତ ଏପ୍ରିଲରୁ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହେଲାଣି। ମଧ୍ୟପ୍ରଦେଶରେ ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ ଆସିବାକୁ ଅନୁମତି ଦିଆଯାଇଛି। ସେହିପରି ଓଡିଶାରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବେ ବିଦ୍ୟାଳୟ ଯାଉଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories