www.samajalive.in
Sunday, December 7, 2025
23.1 C
Bhubaneswar

ଭାଦ୍ରବରେ ମହାନଦୀ ଶୁଖିଲା : ୨୫ ଜିଲାରେ ମରୁଡ଼ି ଆଶଙ୍କା

ଭୁବନେଶ୍ବର : ମହାନଦୀ ଉପରେ ରାଜ୍ୟର ୧୬ ଜିଲାବାସୀ ନିର୍ଭର କରନ୍ତି। ଜଳସେଚନ ଓ ପାନୀୟ ଜଳ ଯୋଗାଣ ପାଇଁ ମହାନଦୀ ହେଉଛି ଆଶା ଓ ଭରସା। ଗତବର୍ଷ ଶ୍ରାବଣରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଚଳିତ ଭାଦ୍ରବ ମାସରେ ଶୁଖିଲା ପଡ଼ିଛି। ସାଧାରଣତଃ ଏହି ସମୟରେ ମହାନଦୀ ଗର୍ଭ ବର୍ଷା ଜଳରେ ପୂରି ଉଠିଥାଏ। ତେବେ ଚଳିତ ବର୍ଷ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି। ନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର କୌଣସି ଆଇନକାନୁନ ନ ମାନି ନଦୀବନ୍ଧ ନିର୍ମାଣ ଜାରି ରଖିଛନ୍ତି। ବର୍ଷା ଅପେକ୍ଷାକୃତ କମ୍‌ ହେବା ଓ ଛତିଶଗଡ଼ର ବନ୍ଧ ନିର୍ମାଣ ମହାନଦୀକୁ ଶୁଷ୍କ କରି ଦେଇଥିବା କୁହାଯାଉଛି।
ଚଳିତବର୍ଷ କମ୍ ବର୍ଷା ଯୋଗୁଁ ଉପର ମୁଣ୍ଡ ଛତିଶଗଡ଼ ପଟୁ ଟୋପାଏ ପାଣି ବି ଗଡ଼ି ନାହିଁ । ମହାନଦୀ ଜଳ ବିବାଦ ଏବେ ପ୍ରାଧିକରଣରେ ଗଡୁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ତଥ୍ୟ ଅନୁଯାୟୀ; ରାଜ୍ୟର ୨୫ଟି ଜିଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି। କେବଳ କଟକ, ଗଞ୍ଜାମ, ମାଲକାନଗିରି, ଖୋର୍ଦ୍ଧା, କୋରାପୁଟ ଭଳି ୫ଟି ଜିଲାକୁ ଛାଡି ଦେଲେ ଅନ୍ୟ ସବୁ ଜିଲାର ବିଲରେ ପାଣି ନାହିଁ। ଖରିଫ ଋତୁରେ ଧାନ ଫସଲ ଉତ୍ପାଦନକାରୀ ଜିଲା ଭାବେ ପରିଗଣିତ ସମ୍ବଲପୁର ଓ ବରଗଡ଼ରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଏହାବାଦ୍ ଝାରସୁଗୁଡା, ଅନୁଗୋଳ, ବୌଦ୍ଧ, ଯାଜପୁର ଓ ଭଦ୍ରକରେ ପ୍ରାୟ ୫୦ ପ୍ରତିଶତ ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଏହି ସବୁ ଜିଲାରେ ଧାନ ବିଲ ଫାଟି ଆଁ କରିଛି। ସ୍ବଳ୍ପ ବୃଷ୍ଟିପାତକୁ ନେଇ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁ‌ଷ୍ଠିତ ହୋଇଥିଲା। ସବୁ ଜଳ ସ୍ରୋତକୁ ଖୋଲାଯିବା ସହ ଉଠାଜଳସେଚନଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ କିଛି ଠୋସ୍ ପଦକ୍ଷେପ ନିଆଯାଇ ନଥିବା କେତେକ ଚାଷୀ କହିଛନ୍ତି।
ସୂଚନାଯୋଗ୍ୟ; ୨୦୨୦ ଅଗଷ୍ଟ ୨୯-୩୦ରେ ହୀରାକୁଦର ୪୪ରୁ ୪୬ଟି ଫାଟକ ଦେଇ ଜଳ ନିଷ୍କାସିତ ହେଉଥିଲା। ବାମପଟୁ ୩୧ଟି ଫାଟକ ଖୋଲା ଥିବାବେଳେ ଦକ୍ଷିଣ ପାର୍ଶ୍ବର ୧୫ଟି ଖୋଲା ଥିଲା। ସେତେବେଳେ ହୀରାକୁଦ ନଦୀବନ୍ଧ ଭିତରକୁ ୮ଲକ୍ଷ କ୍ୟୁସେକ୍ ଜଳ ପଶୁଥିବାବେଳେ ୭ଲକ୍ଷ ୬୪ହଜାର ୪୭୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାନଦୀରେ ବନ୍ୟା ଯୋଗୁଁ ଗେଙ୍ଗୁଟି, ଚି‌େ‌ତ୍ରାତ୍ପଳା, ଲୁଣା, ବିରୂପା, ଦେବୀ, ଦୟା, କୁଆଖାଇ, ଭାର୍ଗବୀ ଆଦି ନଦୀର ଗର୍ଭ ମଧ୍ୟ ପୂରି ଉଠିଥିଲା। ଚଳିତ ବର୍ଷ ଏହିସବୁ ନଦୀ ଶୁଖିଲା ପଡିବା ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଦେଖା ଦେଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories