www.samajalive.in
Sunday, December 7, 2025
18.1 C
Bhubaneswar

ବଦଳିବ ବିଜେପିର ସମୀକରଣ !

ଭୁବନେଶ୍ୱର : ରାଜ୍ୟ ବିଜେପିରେ ଘଡ଼ିକେ ଘୋଡା ଛୁଟୁଛି। କିଛିଦିନ ତଳେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା । ଏମିତିକି ଜଗା ପଘା ଛିଣ୍ଡାଇ ଶଙ୍ଖ ଭିତରେ ପଶିବାକୁ ଲମ୍ଫ ମାରିପାରନ୍ତି ବୋଲି ଶୁଣିବାକୁ ମିଳୁଥିଲା । ହେଲେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ସେ ଘରମୁହାଁ ହୋଇଥିଲେ, ତଥାପି ତାଙ୍କର ରୋଷ ଥମିନାହିଁ। ରାଜଧାନୀର ଏକ ପ୍ରମୁଖ ହୋଟେଲରେ ଗତକାଲି ବିଜେପିର ସପ୍ତ ମହାରଥୀ ମେଳି ହୋଇଥିବା ଖବର ଏବେ ଗଣମାଧ୍ୟମର ପ୍ରମୁଖ ପ୍ରସଙ୍ଗ ପାଲଟିଛି। କେତେକ ସାମାଜିକ ଗଣମାଧ୍ୟମ ଏହାକୁ ନେଇ ଦଳରେ ଭିନ୍ନ ମତବାଦୀ ଗୋଷ୍ଠୀ ଏକତ୍ର ହୋଇଥିବା କହୁଥିବାବେଳେ ଆଉ କେତେକ ଦଳକୁ ସୁସଙ୍ଗଠିତ କରିବାପାଇଁ ଏହା ଏକ ବୈଠକ ଥିଲା ବୋଲି କହୁଛନ୍ତି। ଅନ୍ୟପକ୍ଷରେ ଏହା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ ନିକଟରେ ସାଂସଦଙ୍କ ପୁଅ ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷାରେ ୩୬ତମ ସ୍ଥାନରେ ରହିଥିବାରୁ ତାକୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଶ୍ରୀ ମହାପାତ୍ର ଏହି ବୈଠକ ସମ୍ପର୍କରେ ଅଧିକ କିଛି କହି ନଥିଲେ ହେଁ ଦଳ ଭିତରେ ଏହାକୁ ନେଇ ଗୁଞ୍ଜରଣ ଆରମ୍ଭ ହୋଇଯାଇଛି। ବାସ୍ତବ କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ସାଙ୍ଗଠନିକ ବୈଠକ ଥିଲା ବୋଲି ବିବେଚନା କରାଯାଉଛି। ଏହି ବୈଠକ ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏକ ବୈଠକରେ ବହୁ ବିଜେପି ନେତା ଏକାଠି ହୋଇଥିଲେ। ହେଲେ ଏଥିରେ ବିଜୟ କିମ୍ବା ଅପରାଜିତା ନଥିଲେ। ଏହି ବୈଠକରୁ ଆଭ୍ୟନ୍ତରୀଣ ରଣକୌଶଳ ପ୍ରସ୍ତୁତିର ଆଭାସ ମିଳୁଛି। ରାଜ୍ୟ ସଭାପତି ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତମାନେ ଏହି ବୈଠକରେ ଅନୁପସ୍ଥିତ ଥିଲେ। ଏହାକୁ ନେଇ ଦଳରେ ଏକ ନୂଆ ସମୀକରଣ ଆରମ୍ଭ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଦଳର ମଙ୍ଗ କିଏ ଧରିବ ଏବଂ ଆଗକୁ ଦଳ କିପରି ବଢ଼ିବ ସେନେଇ ଏଭଳି ଗୁପ୍ତ ବୈଠକର ଆୟୋଜନ ହୋଇଥିଲା ବୋଲି ଆଲୋଚନା ହେଉଛି।
ସୂଚନା ଅନୁଯାୟୀ ଦଳର ଭବିଷ୍ୟତକୁ ସୁଦୃଢ଼ କରିବାପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମରେ ସାଂସଦ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ସୁରେଶ ପୂଜାରୀ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହିତ ଆଉ ଜଣେ ତୁଙ୍ଗ ନେତା ସାମିଲ ଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ବିଜେପି ଦଳ ଭିତରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଶ୍ରୀ ଓରାମ ଓ ଅନ୍ୟ କେତେକ ବରିଷ୍ଠ ନେତା ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବାରୁ ଏବେ ସେମାନଙ୍କୁ ନେଇ ଦଳ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି। ଗତକାଲିର ବୈଠକକୁ ନେଇ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ କଥା ଯିବ ବୋଲି ଚର୍ଚ୍ଚା ହେଉଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories