www.samajalive.in
Tuesday, December 9, 2025
16.1 C
Bhubaneswar

ତରଙ୍ଗର ମେଗା ଧାରାବାହିକ ‘ଶ୍ରୀମନ୍ଦିର’ର ସ୍ୱତନ୍ତ୍ର ପ୍ରଦର୍ଶନ

ଉତ୍ତର ଭୁବନେଶ୍ୱର : ଶ୍ରୀମନ୍ଦିର ସାକ୍ଷୀ ଥିବା କିଛି ତ୍ୟାଗ ଓ ଗୌରବମୟ କାହାଣୀକୁ ନେଇ ତରଙ୍ଗ ଟିଭି ପ୍ରସ୍ତୁତ କରିଛି ନୂଆ ମେଗା ଧାରାବାହିକ ‘ଶ୍ରୀମନ୍ଦିର।’ ଏହି ଧାରାବାହିକରେ ଭିନ୍ନ ଭିନ୍ନ ଅଧ୍ୟାୟ ରହିଥିବାବେଳେ ପ୍ରଥମ ଅଧ୍ୟାୟରେ କାଞ୍ଚି ବିଜୟ ବା ପଦ୍ମାବତୀ ପରିଣୟ ସ୍ଥାନ ପାଇଥିବା ସୋମବାର ଏହାର ସ୍ବତନ୍ତ୍ର ପ୍ରଦର୍ଶନ ଅବସରରେ ତରଙ୍ଗ ଟିଭିର କ୍ରିଏଟିଭ୍‌ ମୁଖ୍ୟ ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁସାରେ କଲକାତାର ପ୍ରଯୋଜନା ସଂସ୍ଥା ସୁରିନ୍ଦର ଫିଲ୍ମସ୍‍ ଏହି ଧାରାବାହିକ ପ୍ରସ୍ତୁତ କରୁଛି। ଗବେଷକଙ୍କ ଇତିହାସ ସମ୍ପର୍କିତ ସୂଚନା, କିମ୍ବଦନ୍ତୀ, ଲୋକକଥା, ପୌରାଣିକ ଗଳ୍ପକୁ ଆଧାର କରି ଏହା ପ୍ରସ୍ତୁତ ହେଉଛି। ଜନ୍ମାଷ୍ଟମୀ ଅବସରରେ ଆଜି ପ୍ରଥମ କରି ଏହି ଧାରାବାହିକର ପ୍ରଥମ ଅଧ୍ୟାୟ ‘କାଞ୍ଚି ଅଭିଯାନ’ର ଶୁଭାରମ୍ଭ ହୋଇଛି। ତେବେ ଶୁଭାରମ୍ଭ ପୂର୍ବରୁ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ଏହାର ସ୍ବତନ୍ତ୍ର ପ୍ରଦର୍ଶନ କରାଯାଇଥିଲା। ଏଥିରେ ପ୍ରଯୋଜକ ସଂସ୍ଥା ସୁରିନ୍ଦର ଫିଲ୍ମସ୍‍, ତଥ୍ୟ ଗବେଷଣା ଯୋଗାଇଥିବା ଡ. ସୁରେନ୍ଦ୍ର କୁମାର ମିଶ୍ର, ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରେମ ଆନନ୍ଦ ଏଥିରେ ସ୍ବର ସଂଯୋଜନା କରିଥିବାବେଳେ ଗୀତ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଓ ସଂଳାପ ରଚନା କରିଛନ୍ତି ଶରଣାରବିନ୍ଦ ଓଝା। କାର୍ଯ୍ୟକାରୀ ପ୍ରଯୋଜକ ସନ୍ଦୀପ ମିଶ୍ର ଥିବାବେଳେ ନିର୍ଦେଶନାରେ ଅଛନ୍ତି ବାସୁଦେବ ବରାଡ଼। ଅଭିନୟରେ ବୁଦ୍ଧାଦିତ୍ୟ, ଜାଗୃତି, ଅମ୍ରିତ, ରାକେଶ, ପିୟାଲି ପ୍ରମୁଖ ରହିଥିବା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।
ତେବେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ତରଙ୍ଗରେ ଏହି ଧାରାବାହିକ ରାତ୍ରି ସାଢ଼େ ୯ଟାରେ ପ୍ରଦର୍ଶିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories