www.samajalive.in
Sunday, December 7, 2025
18.1 C
Bhubaneswar

କୋଇଲା ଖଣି-ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ର ପର୍ଯ୍ୟନ୍ତ ଏମଜିଆର ଲାଇନ ଲୋକାର୍ପିତ

ସୁନ୍ଦରଗଡ଼ : ହେମଗିରର ମନହରପୁର ଠାରେ ମନହରପୁର କୋଇଲା ଖଣିଠାରୁ ଇବ ତାପଜ ବିଦ୍ୟୁତ କେନ୍ଦ୍ର ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇଥିବା ଏମ.ଜି.ଆର ଲାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସିରେ ଲୋକାର୍ପଣ କରିଛନ୍ତି। ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସଦର ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ପ୍ରମୁଖ କୋଇଲା ପରିବହନ କରୁଥିବା ରେଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ଅନୁଷ୍ଠିତ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ ମନ୍ତ୍ରୀ ମିଶ୍ର କହିଥିଲେ । ଏ ଅବସରରେ ସଦର ବିଧାୟିକା କୁସୁମ ଟେଟେ ଓଡ଼ିଶା ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ହୋଇଥିବା ବେଳେ ବିଦ୍ୟୁତ ଶୁଳ୍କ ୟୁନିଟ ପିଛା ଏତେ ଅଧିକ କାହିଁକି ଅଥଚ ଦିଲ୍ଲୀ ସରକାର ଅନ୍ୟ ରାଜ୍ୟରୁ ବିଦ୍ୟୁତଶକ୍ତି କିଣି ମଧ୍ୟ ୟୁନିଟ ପିଛା ଓଡ଼ିଶା ରାଜ୍ୟ ତୁଳନାରେ କମ ବୋଲି କହିଥିଲେ। ମନ୍ତ୍ରୀ ଏଥିରେ ଚିଡ଼ି ଯାଇ ସଭାସ୍ଥଳରୁ ଉଠି ଚାଲିଯିବାରୁ ତୁରନ୍ତ ସେଠାରେ ଏକ ପ୍ରକାର ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା। ବିଜେଡ଼ି ସମର୍ଥକ ମନ୍ତ୍ରୀଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିବା ବେଳେ ବିଜେପି ସମର୍ଥକ ‘ଗୋ-ବ୍ୟାକ୍‌, ଗୋ-ବ୍ୟାକ୍‌’ର ନାରା ଦେବାରୁ ସେଠାରେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଉପସ୍ଥିତ ବିଜେଡ଼ି-ବିଜେପି କର୍ମୀଙ୍କ ମଧ୍ୟରେ ହୋ ହଲ୍ଲା, ଯୁକ୍ତି ତର୍କ ଓ ଠେଲାପେଲା ହୋଇଥିଲା। ପୁଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ହେଲେ ସଭା ଏକ ପ୍ରକାର ଅଧପନ୍ତରିଆ ହୋଇ ସମାପ୍ତ ହୋଇଥିଲା।
ଲୋକାର୍ପିତ ଟ୍ରାକ୍‌ର ଦୈର୍ଘ୍ୟ ୪୭ କି.ମି ହୋଇଥିବା ବେଳେ ମୋଟ ଦୈର୍ଘ୍ୟ ୬୬ କି.ମି ବୋଲି ନିର୍ମାଣକାରୀ ସଂସ୍ଥା ଏଲ୍‌ ଆଣ୍ଡ ଟି ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକଳ୍ପର ମୋଟ ମୂଲ୍ୟ ୧୧୪୧ କୋଟି ହୋଇଥିବା ବେଳେ ଏହା ୨୦୧୫ ଅକ୍ଟୋବର ୧୭ ତାରିଖ ଦିନ ଆରମ୍ଭ ହୋଇ ୨୮ଜୁଲାଇ ୨୦୨୧ରେ ସଂପୂର୍ଣ୍ଣ ହୋଇଥିଲା। ଏହି ଏମ.ଜି.ଆର ଲାଇନ ମାଧ୍ୟମରେ କୋଇଲା ପରିବହନ ଖଣି ଅଞ୍ଚଳକୁ କମ ସମୟରେ ଅଧିକ ହୋଇପାରିବ ବୋଲି ଜଣାପଡ଼ିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories