www.samajalive.in
Sunday, December 7, 2025
23.1 C
Bhubaneswar

କାବୁଲରେ ଆମେରିକା ଆକ୍ରମଣରେ ଅନ୍ୟୂନ ୧୦ ମୃତ

କାବୁଲ / ୱାଶିଂଟନ: ଆମେରିକା ପକ୍ଷରୁ ରବିବାର ଅପରାହ୍ଣରେ କାବୁଲରେ ହୋଇଥିବା ଡ୍ରୋନ ଆକ୍ରମଣରେ ଅନ୍ୟୂନ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଥିବା ତୋଲୋ ନ୍ୟୁଜ ପକ୍ଷରୁ କୁହାଯାଇଛି। ଆକ୍ରମଣ ପରେ ଆମେରିକୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବିସ୍ଫୋରକ ବୋଝେଇ ଏକ କାରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଖବର ସରବରାହ ସଂସ୍ଥା ସିଏନଏନ ଏହା ପୂର୍ବରୁ କହିଥିଲା, ଆମେରିକା ଆକ୍ରମଣରେ ଗୋଟିଏ ପରିବାରର ୬ ପିଲାଙ୍କ ସମେତ ୯ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। କାବୁଲର ଜନଗହଳି ଅଞ୍ଚଳରେ ଏହି ଆକାଶି ଆକ୍ରମଣ କରାଯାଇଥିଲା। ତେବେ ଆମେରିକାର ଆକ୍ରମଣ ଅଥବା ତଦ୍‍ଜନିତ ବିସ୍ଫୋରକ ଭର୍ତ୍ତି କାରରେ ବିସ୍ଫୋରଣ ଯୋଗୁ ଏତେ ସଂଖ୍ୟାରେ ଲୋକଙ୍କ ପ୍ରାଣହାନି ଘଟିଛି, ତାହା ସଠିକ ଜଣାପଡିନାହିଁ। ତେବେ ଏଥିରେ ନିରୀହ ଲୋକଙ୍କ ଜୀବନହାନି ପାଇଁ ଆମେରିକୀୟ ଅଧିକାରୀ ଦୁଃଖ ପ୍ରକାଶ କରିଛନ୍ତି। ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆମେରିକା ଆକ୍ରମଣରେ ଧ୍ୱଂସ ପାଇଯାଇଥିବା ବିସ୍ଫୋରକ ବୋଝେଇ କାର୍‍ କାବୁଲ ବିମାନ ବନ୍ଦର ଅଭିମୁଖେ ଯିବାକୁ ପ୍ରସ୍ତୁତ ହେଉଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories