www.samajalive.in
Tuesday, December 9, 2025
26.1 C
Bhubaneswar

ଟୋକିଓ ପାରାଲିମ୍ପିକ୍ସ : ଟେବୁଲ୍ ଟେନିସ ଫାଇନାଲରେ ଭାବିନା

ଟୋକିଓ ପାରାଲିମ୍ପିକ୍ସରେ ମହିଳା ସିଙ୍ଗିଲ୍ସ ଟେବୁଲ୍ ଟେନିସରେ ଭାରତର ଭାବିନାବେନ୍ ପଟେଲ ଇତିହାସ ସୃଷ୍ଟି କରିଛନ୍ତି। ସେମିଫାଇନାଲରେ ଚୀନ୍‌ର ଝାଙ୍ଗ ଜିଆଓଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ସହ ପଦକ ସୁନିଶ୍ଚିତ କରିଛନ୍ତି। ସେମିଫାଇନାଲ ମ୍ୟାଚରେ ସେ ଜିଆଓଙ୍କୁ ୩-୨ ରେ ପରାସ୍ତ କରିଛନ୍ତି। ପାରାଲିମ୍ପିକ୍ସ ଇତିହାସରେ ଏକ ଟେବୁଲ୍ ଟେନିସ୍ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିବାରେ ସେ ହେଉଛନ୍ତି ଭାରତର ପ୍ରଥମ ଆଥଲେଟ।

ସେମିଫାଇନାଲ ମ୍ୟାଚରେ ଭାଭିନା ଚୀନ୍‌ର ଝାଙ୍ଗ ଜିଆଓଙ୍କୁଙ୍କୁ ୩-୨ରେ ପରାସ୍ତ କରିଛନ୍ତି। ଭାବିନା ଏହି ମ୍ୟାଚ୍ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ଜିତିଛନ୍ତି। ଏବେ ଭାବିନା ସ୍ୱର୍ଣ୍ଣ ପଦକ ପାଇଁ ୟିଙ୍ଗ ଜୋଙ୍କୁ ଭେଟିବେ। ଏହି ମ୍ୟାଚ୍ ରବିବାର ଖେଳାଯିବ। ତେବେ ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories