www.samajalive.in
Sunday, December 7, 2025
26.1 C
Bhubaneswar

ଆସିବ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ସଂଶୋଧନ ପ୍ରସ୍ତାବ

ଭୁବନେଶ୍ବର : ଆସନ୍ତା ବିଧାନସଭା ଅଧିବେଶନ କାଳରେ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ସଂଶୋଧନ ପ୍ରସ୍ତାବ ଆସିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଗୁରୁବାର ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ଏଥର ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ରହିବ। ପଛୁଆବର୍ଗଙ୍କ ସଂରକ୍ଷଣ ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲା, କିନ୍ତୁ ସଂସଦରେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। କେନ୍ଦ୍ର ବ୍ୟବସ୍ଥା ନ କଲେ ମଧ୍ୟ ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ନେଇ ବିଜେଡି ପଞ୍ଚାୟତ ନିର୍ବାଚନ ଲଢିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି। ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ ଏବଂ ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବନାହିଁ ବୋଲି ସେ କହିଛନ୍ତି।
ଏନେଇ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି କାମ କରୁଛନ୍ତି।
ପୌର ନିର୍ବାଚନ ଆଗ ହେବା କଥା, ଏ ଭିତରେ ୩ବର୍ଷ ବିଳମ୍ବ ହେଲାଣି। ପୌର ନିର୍ବାଚନ ନ କରି କି ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ୫୦ ପ୍ରତିଶତ କରିବା ପାଇଁ ବିଧାନସଭାରେ ସଂଶୋଧନ ଆଣିବା ପାଇଁ ନୂଆ ଆଇନ ଆଣିବା, ଏଥିରୁ ସ୍ପଷ୍ଟ ଜଣାପଡୁଛି ରାଜ୍ୟ ସରକାର ଆଇନ ସହ ପୂରା ବ୍ୟବସ୍ଥାକୁ ପଞ୍ଚାୟତ ଏବଂ ପୌର ସଂସ୍ଥା ଗୁଡ଼ିକ ଭ ଣ୍ଡୁର କରିବା ପାଇଁ ଅପଚେଷ୍ଟା କରୁଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସର ଗଣେଶ୍ବର ବେହେରା କହିଛନ୍ତି ଯେ ସରକାରଙ୍କ ପାଖରେ ବିକଳ୍ପ ରାସ୍ତା ନାହିଁ। ସର୍ବୋଚ୍ଚ ନ୍ୟାୟାଳୟରେ ଯେଉଁ ଆଇନ ରଦ୍ଦ ହୋଇଛି ଓଡ଼ିଶା କ୍ଷେତ୍ରରେ ସ୍ବତନ୍ତ୍ର ଭାବେ ତାହା ପ୍ରଯୁଜ୍ୟ ବୋଲି ପ୍ରମାଣ କରିବେ। ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଆଳ ଦେଖାଇ ବିଭ୍ରାନ୍ତ କରୁଛନ୍ତି ଯେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ରହିବ, ତାହା ଆଦୌ ଠିକ୍ ନୁହେଁ। କାରଣ ୧୯୯୨ରେ ଇନ୍ଦ୍ରାଣୀ ସାଇନ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଶେଷ ପରିସ୍ଥିତିରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ସମ୍ଭବ। ଜାତୀୟସ୍ତରୀୟ ଜାତି ଏବଂ ଜନଜାତି ସଂଖ୍ୟା ହେଉଛି ୨୨.୫। ଏହା ବଢି ଏବେ ରହିଛି ୨୫.୨ ପ୍ରତିଶତରେ । ଓଡ଼ିଶାରେ ଏହା ୪୦ ପ୍ରତିଶତ ଭିତରେ ରହିଛି। ଏହି ଯୁକ୍ତି ପ୍ରମାଣ କରିବାରେ ରାଜ୍ୟ ସରକାର ବିଫଳ। ପଛୁଆବର୍ଗଙ୍କ ପ୍ରତି ଆନ୍ତରିକତା ନାହିଁ, ଖାଲି ଦେଖାଇ ହେବା ପାଇଁ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତମାସ ୧୮ରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ଓଡିଶା ଗ୍ରାମ ପଞ୍ଚାୟତ ନିୟମ-୨୦୨୧ ଆଣିବେ। ଭୋଟ ଗ୍ରହଣ ପରେ ପ୍ରାର୍ଥୀ ଓ ପୋଲିଂ ପ୍ରତିନିଧିଙ୍କ ଉପସ୍ଥିତିରେ ଵାଲଟ ବାକ୍ସକୁ ବନ୍ଦ କରିବେ ନିର୍ବାଚନ ପରିଚାଳନା ଅଧିକାରୀ। ଏହାସହ ଭୋଟ ଗ୍ରହଣ ଦିନ ହିଁ ପୋଲିଂ ଅଧିକାରୀ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଭୋଟ ବାକ୍ସ ପଠାଇବେ । ଯେଉଁ ସ୍ଥାନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ସମାନ ଥିବ, ସେଠାରେ ଲଟେରି କରାଯିବ ବୋଲି ଚିଠା ବିଜ୍ଞପ୍ତିରୁ ଜଣାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories