www.samajalive.in
Monday, December 8, 2025
14.1 C
Bhubaneswar

ଗୋଳନ୍ଥରା ପଢିଆଭଙ୍ଗା ନାଳରୁ ଦୁଇ ଚାଷୀଙ୍କ ମୃତ୍ୟୁ ଦେହ ସନ୍ଧିଗ୍ଧ ଅବସ୍ଥାରେ ଉଦ୍ଧାର

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଦେଇ ବହି ଯାଇଥିବା ଦଳେଇ ଘାଇ ସଂଲଗ୍ନ ପଢିଆଭଙ୍ଗା ନାଳ ପରିସରରୁ ନିଖୋଜ ଥିବା ଦୁଇ ଚାଷୀଙ୍କ ମୃତ ଦେହ ସନ୍ଧିଗ୍ଧ ଅବସ୍ଥାରେ ନାଳ ପରିସରୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ଦୁଇ ଚାଷୀ ହେଲେ ଗୋଳନ୍ଥରା ଜେନା ସାହିର ସନାତନ ଜେନା(୫୫) ଓ ରାଜୁ ଗୌଡ(୪୦) ବୋଲି ଜଣାପଡିଛି । ଘଟଣା କ୍ରମରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ଜମିରେ ପାଣିର ଅଭାବ ରହିବା ଯୋଗୁଁ ତଳି ପୋଡିବା ପରିସ୍ଥିତି ସୃଷ୍ଟି ଯୋଗୁଁ ରାତିରେ ଅନେକ ଚା​ଷୀ ନିଜ ଜମିକୁ ପାଣି ଆଣିବା ପାଇଁ କେନାଲକୁ ଯାଇ ସେଠାରୁ ରାସ୍ତା ବାହାର କରି ନିଜ ଜମିକୁ ପାଣି ମଡାଇବା ବ୍ୟବସ୍ଥା କରିଥାନ୍ତି। ଏହି କ୍ରମରେ ସନାତନ ଓ ରାଜୁ ମଧ୍ୟ ରାତି ୮ ଟାରେ ଘରୁ କୋଦାଳ, ଟର୍ଚ୍ଚ ଆଦି ଧରି ଦଳେଇ ଘାଇ ନିକଟକୁ ଯାଇ  ଚାଷ ଜମିକୁ ପାଣି ମଡାଇ ଘରକୁ ଫେରିଥାନ୍ତେ। କିନ୍ତୁ ରାତି ଅନେକ ହେବା ପରେ ମଧ୍ୟ ସେମାନେ ଘରକୁ ନ ଫେରିବାରୁ ପରିବାର ବର୍ଗ ବ୍ୟତିବ୍ୟସ୍ତ ହୋଇ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ଦୁହିଁଙ୍କ କୌଣସି ଖୋଜ ଖବର ମିଳି ପାରିନଥିଲା।
ଗୁରୁବାର ଅପରାହ୍ନ ୩ଟା ବେଳେ ଗୋଳନ୍ଥରା ଦେଇ ପ୍ରବାହିତ ହୋଇଥିବା ୧୦ ନଂ କେନାଲର ଦଳେଇ ଘାଇର ପଢିଆଭଙ୍ଗା ନାଳ ତଥା ନିଜ ଜମିର ୩ କିମି ଦୂରରେ ନାଳ ପରିସରରେ ମୁହଁ ମାଡି ଉଭୟ ଲଦାଲଦି ହୋଇ ମୃତ ଅବସ୍ଥାରେ ପଡ଼ିଥିବା ଖବର‌ପାଇ ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଚିହ୍ନଟ କରିବା ସହ ଗୋଳନ୍ଥରା ଥାନାରେ ଘଟଣା ନେଇ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଗୋଳନ୍ଥରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏହା ସହ ଏହି ଦୁଇ ଚାଷୀଙ୍କ କିପରି ସ୍ଥିତିରେ ମୃତ୍ୟୁ ଘଟିଲା ତାହା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟ ପଟେ ଜମିରେ ପାଣି ମଡାଇବାକୁ ନେଇ କାହା ସହ ଝଗଡା ଲାଗିବା ଯୋଗୁଁ ଆକ୍ରମଣ ରେ ମୃତ୍ୟୁ ଘଟିଛି ନା ଫସଲକୁ ବାରହା ଦାଉରୁ ରକ୍ଷା କରିବା ନିମନ୍ତେ ବିଛା ଯାଇଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ଘଟିଛି ତାହା ସନ୍ଦେହ ଘେରରେ ରହିଛି । ଅନ୍ୟ ପଟେ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ଜଣାପଡିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ଉଭୟ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories