www.samajalive.in
Tuesday, December 9, 2025
26.1 C
Bhubaneswar

ପୋଖରୀରୁ ମୃତ ଦେହ ଉଦ୍ଧାର

ଗଡମଧୁପୁର :  ଧର୍ମଶାଳ ଥାନା ଅନ୍ତର୍ଗତ ଆରୁହା ପଂଚାୟତ ଆରୁହା ଝରଗାଡିଆ ପୋଖରୀରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ନାନପୁର ଗ୍ରାମର ସୁଶାନ୍ତ ଦେହୁରୀ(୩୦)  ବୋଲି ଜଣାପଡିଛି। ଖବର ନେବାରେ ଜଣା ପଡିଛି ଦିନ ୨ଟା ପରଠାରୁ ସୁଶାନ୍ତ ଘରକୁ ଫେରି ନଥିଲା। ଘର ଲୋକେ ଅନେକ ଖୋଜା ଖୋଜି କରିବା ପରେ ଏହି ପୋଖରୀ ହୁଡାରେ ତାର ପୋଷାକ ଓ ଜୋତା ଥିବାର ଦେଖି ସନ୍ଦେହ ହୋଇଥିଲା। ପୋଖରୀରେ ଖୋଜାଖୋଜି କରିବା ପରେ ତାର ମୃତ ଦେହ ଉଦ୍ଧାର ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି କାରଣରୁ ପୋଖରୀରେ ବୁଡି ମରିଥିବା ତାର ଭାଇ ସତିଆ ଦେହୁରୀ ପ୍ରକାଶ କରିଛନ୍ତି। ତେବେ ମୃତ ସୁଶାନ୍ତ ନାନପୁର ଗାଁରୁ ଝରଗାଡିଆ ପର୍ଯ୍ୟନ୍ତ କାହିିଁକି ଆସିଥିଲା ଓ ସେଠାରେ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହେଲା ସେ ନେଇ ସାଧାରଣରେ ସନ୍ଦେହ ଉପୁଜୁଥିବାରୁ ଧର୍ମଶାଳା ପୁଲିସ ଏହାର ଉପଯୁକ୍ତ ତଦନ୍ତ କରି ମୃତ୍ୟୁର କାରଣ ଖୋଜିବାକୁ ସାଧାରଣରେ ଦାବି ହେଉଛି। ସୁଶାନ୍ତ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବାରୁ ତାର ମୃତ୍ୟୁରେ ପ୍ରଶାସନ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories