www.samajalive.in
Tuesday, December 9, 2025
19.1 C
Bhubaneswar

କାନାରା ବ୍ୟାଙ୍କର ୧.୫୯% ଅଂଶ ଅଧିଗ୍ରହଣ କଲେ ରାକେଶ ଝୁନଝୁନୱାଲା

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ କାନାରା ବ୍ୟାଙ୍କର ଅଂଶଧନ ଅଧିଗ୍ରହଣ କରିଛନ୍ତି ରାକେଶ ଝୁନଝୁନୱାଲା। ଭାରତର ‘ୱାରେନ ବଫେଟ’ ଭାବରେ ପରିଚିତ ରାକେଶ ଝୁନଝୁନୱାଲା ୨୦୨୧ ଏପ୍ରିଲରୁ ଜୁନ ମଧ୍ୟରେ କାନାରା ବ୍ୟାଙ୍କର ୧.୫୯% ଅଂଶ ଅଧିଗ୍ରହଣ କରିଛନ୍ତି। ଏ ସମ୍ପର୍କରେ କାନାରା ବ୍ୟାଙ୍କ ପକ୍ଷରୁ ବମ୍ବେ ଷ୍ଟକ୍ସ ଏକ୍ସଚେଞ୍ଜକୁ ଅବଗତ କରାଯାଇଛି। ରାକେଶ ଝୁନଝୁନୱାଲା କାନାରା ବ୍ୟାଙ୍କର ୧.୫୯% ଅଂଶ ଆକାରରେ ପ୍ରତ୍ୟେକ ୧୦ଟଙ୍କା ଫେସ ଭାଲ୍ୟୁର ୨,୮୮,୫୦,୦୦୦ ସେୟାର ଅଧିଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୪ରେ କାନାରା ବ୍ୟାଙ୍କର ସେୟାର ପିଛା ମୂଲ୍ୟ ଷ୍ଟକ ବଜାରରେ ୧୫୫.୭୦ ପଇସାରେ କାରବାର ହୋଇଥିଲା। ଚଳିତ ବର୍ଷ ଏପ୍ରିଲରୁ ଜୁନ୍‍ ମଧ୍ୟବର୍ତ୍ତୀ ସମୟରେ ଝୁନଝୁନୱାଲା କାନାରା ବ୍ୟାଙ୍କ ସମେତ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‍) ଏବଂ ଇଣ୍ଡିଆବୁଲ୍‍ସ ହାଉସିଂ ଫାଇନାନ୍ସରେ ଅଂଶଧନ ଅଧିଗ୍ରହଣ କରିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories