www.samajalive.in
Monday, December 8, 2025
14.1 C
Bhubaneswar

ମଙ୍ଗଳବାର ରାଶିଫଳ (୨୪/୦୮/୨୦୨୧)

ମେଷ : ଶତ୍ରୁକୁ ପଦାନତ କରିପାରନ୍ତି। ଜଣେ ମହାନ୍‌ ବ୍ୟକ୍ତି ବିଶେଷ ହେବେ। ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି। ଧନବାନ୍‌ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ମହାନୁଭବ ପଦବାଚ୍ୟ ହେବେ।

ବୃଷ : ବିବେକାନୁମୋଦିତ ସତ୍ୟକୁ ଗ୍ରହଣ କରି ସୁଖୀ ହେବେ। ସାମାଜିକ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସମସ୍ତ କଳୁଷ ଦୂର ହେବ। ରାଜନୀତି କ୍ଷେତ୍ରରେ ଆସନ ଦୃଢ଼ କରିପାରନ୍ତି।

ମିଥୁନ :  ବୁଦ୍ଧିମାନ୍‌ ହେବେ। ମନ ପ୍ରସନ୍ନ ରହିବ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ଭୋଗପ୍ରିୟ ହୋଇପାରନ୍ତି। ଶୌର୍ଯ୍ୟଶାଳୀ ହେବେ। ପ୍ରବକ୍ତା ହେବାର ସୂଚନା ମିଳୁଛି। ଉପଯୁକ୍ତ ପରାମର୍ଶଦାତା ଓ ଶାସ୍ତ୍ରଜ୍ଞ ହେବେ।

କର୍କଟ : ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ପ୍ରାଣୀ ଲାଭର ସୂଚନା ମିଳୁଛି। ସର୍ବତ୍ର ବିଜୟୀ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ସିଂହ : ଶାସ୍ତ୍ରଜ୍ଞ ହେବେ। ରାଜପୂଜା ମିଳିପାରେ। ମନୋଜ୍ଞ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। କାବ୍ୟକର୍ତ୍ତା ହୋଇପାରନ୍ତି।

କନ୍ୟା : ଧର୍ମପ୍ରିୟ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସମ୍ମାନସ୍ପଦ ହେବେ। ଯେତେ ଦୁଃଖଯନ୍ତ୍ରଣା ଆସିଲେ ବି ହସଖୁସିରେ ରହିବେ। କର୍ମକ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ। ଶିଳ୍ପ ପାରଦର୍ଶୀ ହୋଇପାରନ୍ତି।

ତୁଳା : ଶାସ୍ତ୍ରଜ୍ଞ ଭାବେ ସୁଖ୍ୟାତି ଅର୍ଜନ କରିପାରନ୍ତି। ନିସର୍ଗ ସୁଖ ଭୋଗ କରିବେ। ପ୍ରଭୃତ୍ବ ବିସ୍ତାର କରିପାରନ୍ତି। ନାମ ଜପରେ ଆଗ୍ରହୀ ହେବେ। ଶାସ୍ତ୍ର ବିଚକ୍ଷଣ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ।

ବିଛା : ପ୍ରବକ୍ତା ହେବେ। କର୍ମକ୍ଷେତ୍ରରେ ଶ୍ରେଷ୍ଠ ଆସନରେ ଆସୀନ ହୋଇପାରନ୍ତି। ଦେବ ଓ ଗୁରୁଙ୍କର କୃପାପାତ୍ର ହେବେ। ସମ୍ମାନ, ଧନ ଓ ଯାନବାହାନରୁ ସୁଖ ଭୋଗ କରିପାରନ୍ତି। ସରକାରୀ ସ୍ତରରୁ ସମ୍ପଦ ପ୍ରାପ୍ତ ହେବେ।

ଧନୁ : ବିଳାସ-ବ୍ୟସନ ଯୋଗ ଅଛି। ସୌଭାଗ୍ୟ ସମ୍ପନ୍ନ ହେବେ। ସମ୍ମାନିତ ହେବେ। ସାମୟିକ ଭାବେ ଧ୍ୟାନମଗ୍ନ ହୋଇପାରନ୍ତି। ଧନଯୁକ୍ତ ଓ ସ୍ତ୍ରୀପୁତ୍ର ପ୍ରୀତିଯୁକ୍ତ ହେବେ। ଧର୍ମାସକ୍ତ ଓ ମତିମାନ୍‌ ହେବେ।

ମକର : ତେଜିୟାନ୍‌ ହେବେ। ଧର୍ମରତ ହୋଇପାରନ୍ତି । ଜନବଲ୍ଲଭ ହେବେ। ପୁତ୍ର ସନ୍ତାନ ଲାଭର ସୂଚନା ମିଳୁଛି। ଉଚ୍ଚ ଆସନ ମିଳିପାରେ। ହର୍ଷଯୁକ୍ତ ବିଶୁଦ୍ଧଭାଷୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ।

କୁମ୍ଭ : ଅକ୍ଷୟ କୀର୍ତ୍ତି ଅର୍ଜନ କରିପାରନ୍ତି। ସନ୍‌ମାର୍ଗୀ ହେବେ। ଦୟାର୍ଦ୍ଦଚିତ୍ତ ହୋଇପାରନ୍ତି। ଦାନଧର୍ମକୁ ଶ୍ରେୟ ମଣିବେ। ଶାସ୍ତ୍ର ପଟୁ, ପୁଣ୍ୟ ଦେହୀ, ସୁବର୍ଣ୍ଣାଦିଯୁକ୍ତ, ସୁନ୍ଦର ସ୍ବରୂପ ଓ ରାଜବଂଶ ପୂଜିତ ହେବେ।

ମୀନ : ଈଶ୍ବର ବିଶ୍ବାସୀ ହେବେ। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ଇନ୍ଦ୍ରନୀଳ, ଉର୍ଣ୍ଣା ଓ ନାନା ସୁନ୍ଦର ମୂଲ୍ୟବାନ୍‌ ବସ୍ତୁ ଲାଭର ସୂଚନା ମିଳୁଛି। ଉପରୋକ୍ତ ଶୁଭଫଳ ପାଇବାକୁ ହେଲେ ଅଜସ୍ର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories