www.samajalive.in
Sunday, December 7, 2025
13.1 C
Bhubaneswar

ନୂତନ ମଦ ଦୋକାନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲା ଦଳିତ ମହାସଙ୍ଘ

ପିପିଲି : ପିପିଲି ପୌରାଞ୍ଚଳରେ ଖୋଲିବାକୁ ଯାଉଥିବା ନୂତନ ମଦ ଦୋକାନକୁ ବିରୋଧ କରି ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ସୋମବାର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛି । ସରକାରଙ୍କ ସମସ୍ତ ଗାଇଡ୍‍ଲାଇନ୍‍କୁ ଉଲଂଘନ କରି ସର୍ବସାଧାରଣ ସ୍ଥାନରେ ଖୋଲାଯାଉଥିବା ମଦ ଦୋକାନକୁ ତୁରନ୍ତ ବନ୍ଦ କରିବା ପାଇଁ ମହାସଂଘ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ରକୁ ପିପିଲି ଏସ୍‍ଡିପିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।


ସୂଚନା ଅନୁଯାଇ, ପିପିଲି ପୌରାଞ୍ଚଳର ୬ନଂ ୱାର୍ଡରେ ମୁଖ୍ୟ ରାଜପଥ କଡରେ ଏକ ନୂତନ ବିଦେଶୀ ମଦ ଦୋକାନ ଖୋଲିବାକୁ ଯାଉଛି । ପୌରାଞ୍ଚଳର ମୁଖ୍ୟ ରାଜପଥ କଡରେ ଓ ସର୍ବସାଧାରଣ ସ୍ଥାନରେ ଏହି ମଦ ଦୋକାନଟି ଖୋଲାଯିବାକୁ ଥିବା ବେଳେ ତାହା ନିକଟରେ ୨ଟି ବିଦ୍ୟାଳୟ ଓ ଦେବାଳୟ ଆଦି ରହିଥିବା ବେଳେ ସେହି ରାସ୍ତା ଦେଇ ଦୈନିକ ଶହଶହ ସଂଖ୍ୟାରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯାତାୟତ କରୁଥିବା ସଂପର୍କରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଅଭିଯୋଗ କରିଛନ୍ତି । ନୂତନ ମଦ ଦୋକାନଟି ଯେଉଁ ସ୍ଥାନରେ ଖୋଲିବାକୁ ଯାଉଛି ତାହା ସରକାରଙ୍କର ସମସ୍ତ ଗାଇଡ୍‍ଲାଇନକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବା ସଂପର୍କରେ ଶ୍ରୀସେଠୀ ଅଭିଯୋଗ କରିଛନ୍ତି । ରାଜପଥ କଡରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବା ପାଇଁ ଜାଗା ସଫା ଚାଲିଥିବା ବେଳେ ଆଜି ସେଠାରେ ମହାସଂଘର ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ସୁଜାତା ଭୋଇ, ମିନାକ୍ଷୀ ସେଠୀ, ପ୍ରଭାତୀ ମଲ୍ଲିକ, ସବିତା ନାୟକ, କଳ୍ପନା ସେଠୀ, ଲକ୍ଷ୍ମୀପ୍ରୀୟା ବେହେରା, କଳ୍ପନା ବେହେରା, ଗୀତା ମଲ୍ଲିକ, ବନିତା ମଲ୍ଲିକ, ସରିତା ମଲ୍ଲିକ ଓ ଅନୁ ବେହେରାଙ୍କ ନେତୃତ୍ୱରେ ମହିଳାମାନେ ଏହାକୁ ବିରୋଧ କରି ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମହାସଂଘର ରାଜ୍ୟ ସଭାପତି ଶ୍ରୀସେଠୀଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ମହିଳାନେତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ମଦ ବିରୋଧି ଓ ସରକାର ବିରୋଧି ବିଭିନ୍ନ ସ୍ଲୋଗାନ ଦେଇ ସେଠାରୁ ଏକ ଶୋଭାଯାତ୍ରାରେ ପିପିଲି ଚାନ୍ଦୁଆ ବଜାର ପରିକ୍ରମା କରି ପିପିଲି ଏସ୍‍ଡିପିଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଏହି ମଦ ଦୋକାନକୁ ତୁରନ୍ତ ବନ୍ଦ କରିବା ପାଇଁ ପୁରୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏସଡିପିଓ ଦେବଦତ୍ତ ବରାଳଙ୍କୁ ମହାସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବେ ବୋଲି ଏସଡିପିଓ ଶ୍ରୀବରାଳ ସେମାନଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ । ସରକାରଙ୍କ ଗାଇଡ୍‍ଲାଇନ୍‍କୁ ଉଲଂଘନ କରି ପିପିଲି ପୌରାଞ୍ଚଳରେ ବେଆଇନ ଉପାୟରେ ମଦ ଦୋକାନ ଖୋଲାଗଲେ ତାହା ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ଓ ଯାହା ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀସେଠୀ ଚେତାବନୀ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories