www.samajalive.in
Sunday, December 7, 2025
26.1 C
Bhubaneswar

ପିପିଲି ଡାକ୍ତରଖାନାରୁ ବିଷଧର ସର୍ପ ଉଦ୍ଧାର

ପିପିଲି: ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜରୁରୀ ଚିକିତ୍ସା ଗୃହ ମଧ୍ୟରୁ ସୋମବାର ସଂନ୍ଧ୍ୟାରେ ଏକ ୪ଫୁଟ ଲମ୍ବର ବିଷାକ୍ତ ତମ୍ପ ସାପକୁ ଉଦ୍ଧାର କରାଯାଇଛି। ଡାକ୍ତରଖାନା ବର୍ହିଃ ବିଭାଗ କୋଠା ମଧ୍ୟରେ ଜରୁରୀ ରୋଗୀଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ କୋଠରୀ ମଧ୍ୟରେ ଏହି ବିଷାକ୍ତ ତମ୍ପ ସାପ ଫଣା ଟେକି ରହିଥିବାର ଜଣେ ରୋଗୀଙ୍କ ସଂପର୍କୀୟ ପ୍ରଥମେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଡାକ୍ତରଖାନାର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ପରେ ଡାକ୍ତରଖାନା କତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ସ୍ନେକ୍‍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ସେଠାରେ ପହଞ୍ଚି ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରି ଜନବସତି ଠାରୁ ଦୂରରେ ଥିବା ଏକ ସୁରକ୍ଷିତ ସ୍ଥାନରେ ଛାଡି ଦେଇଥିବା ସୂଚନା ମିଳିଛି।

 

- Advertisement -

ଡାକ୍ତରଖାନା ପରିସର ଓ ଏହାର ଚତୁଃପାଶ୍ୱର୍ ଏବେ ଅନାବନା ଗଛ ଯୋଗୁଁ ବଣବୁଦାରେ ପରିଣତ ହେବା ସହ ବର୍ଷାଜଳ ଜମି ରହିବା କାରଣରୁ ସେଠାରେ ବିଷାକ୍ତ ସାପଙ୍କ ଆତଙ୍କ ସୃଷ୍ଟି ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ସୁତରାଂ, ଡାକ୍ତରଖାନା କର୍ମଚାରୀ, ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସୁରକ୍ଷା ପାଇଁ ଡାକ୍ତରଖାନା ପରିବେଶକୁ ସଂପୂର୍ଣ୍ଣ ପରିଷ୍କାର କରାଯିବାକୁ ଦାବି ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories