www.samajalive.in
Tuesday, December 9, 2025
16.1 C
Bhubaneswar

ଜି-୭ ବୈଠକ ଡାକିଲେ ଜନ୍‌ସନ

ଲଣ୍ଡନ : ଆଫଗାନିସ୍ତାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଜି-୭ର ଜରୁରୀ ବୈଠକ ଡାକିଛନ୍ତି। ରବିବାର ଜନସନ ତାଙ୍କ ଟ୍ବିଟରରେ ବୈଠକ ଡାକିବା ନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର (ଅଗଷ୍ଟ ୨୪)ରେ ବୈଠକ ଅନୁଷ୍ଠିତ ହେବ। ଜନସନ କହିଛନ୍ତି ଯେ ଆଫଗାନିସ୍ତାନରେ ସୃଷ୍ଟ ପରିସ୍ଥିତିର ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ଏକଜୁଟ୍ ହେବା ଦରକାର। ବିଶେଷକରି ଆଫଗାନିସ୍ତାନର ମାନବାଧିକାର ସଙ୍କଟ, ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ଓ ଦେଶବାସୀଙ୍କ ସ୍ବାର୍ଥ ରକ୍ଷା ଲାଗି ଜନ୍‌ସନ ଆନ୍ତର୍ଜାତିକ ସମୁଦାୟକୁ ନିବେଦନ କରିଛନ୍ତି। ପୂର୍ବରୁ ଜନ୍‌ସନ କହିଥିଲେ ଯେ ଆଫଗାନିସ୍ତାନ ପରିସ୍ଥିତିରେ ଉନ୍ନତି ଆଣିବା ଲାଗି ବ୍ରିଟେନ ପ୍ରତିଶ୍ରୁତିବଦ୍ଧ। ଏପରି କି ଆଫଗାନବାସୀଙ୍କ ସ୍ବାର୍ଥରକ୍ଷା ଲାଗି ବ୍ରିଟେନ ତାଲିବାନଙ୍କ ସହିତ କାମ କରିବ ବୋଲି ସେ କହିଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories