www.samajalive.in
Sunday, December 7, 2025
14.1 C
Bhubaneswar

ପୋଲ ତଳୁ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଗଡ଼ମଧୁପୁର : ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରୁହା ପଂଚାୟତ କୋହ୍ଲା ସିମାନ୍ତବର୍ତ୍ତୀ ପୋଲ ନିକଟରୁ ଆଜି ଏକ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ସେହି ଥାନା ଅନ୍ତର୍ଗତ ରାଣିବନ୍ଦୀ ଗ୍ରାମର ବୀର ସାମଲ(୫୬)ପି- କାହ୍ନୁ ସାମଲ ବୋଲି ଜଣାପଡିଛି। ବୀର ଅରୁହା ଗ୍ରାମର ଜନୈକ ଲୋକର ଘରେ ଗାଈ ଜଗୁଆଳ ଭାବରେ କାର୍ଯ୍ୟରତ ଥିଲା। ଆଜି ଘରକୁ ଫେରୁଥିବା ବେଳେ ରାସ୍ତାରେ ଥିବା ଏକ ପୋଲ ତଳେ ପାଣିରେ ପଡିଥିବାର ଲୋକେ ଦେଖି ଉଦ୍ଧାର କରିିଥିଲେ। ସେତେବେଳକୁ ତାର ମୃତ୍ୟୁ ହୋଇ ସାରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ। ତେବେ ସେ ପୋଲତଳେ କିପରି ପଡିଲା ତାହା ସ୍ପଷ୍ଟ ହୋଇନାହିଁ। ଖବର ଲେଖାଯିବା ପର୍ଯ୍ୟନ୍ତ ଧର୍ମଶାଳା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନାଧିକାରୀ ସରୋଜ କୁମାର ସାହୁ କହିଛନ୍ତି । ସନ୍ଧ୍ୟାରେ ଗ୍ରାମର କିଛି ଲୋକ ଓ ପରିବାର ଲୋକଙ୍କ ସହିତ ମୃତ ଦେହ ପାଖରେ ଜଗି ରହିଥିବା ଦେଖାଯାଇଛି । ବୀର ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହୋଇଛି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories