www.samajalive.in
Tuesday, December 9, 2025
15.1 C
Bhubaneswar

ସେହ୍ନ ଓ ଆନ୍ତରିକତାର ବନ୍ଧନ : ରକ୍ଷା ବନ୍ଧନ

ପ୍ରତ୍ୟେକ ଧର୍ମରେ ପାଳନ ହେଉଥିବା ପର୍ବର ଧାର୍ମିକ ପରମ୍ପରା,ରୀତି-ନୀତି ମନୁଷ୍ୟକୁ କୌଣସି ନା କୌଣସି ଆଧ୍ୟତ୍ମିକ ସତ୍ତା ସହ ଜଡ଼ିତ କରି ରଖେ। ଏଭଳି ଏକ ସ୍ନେହ ଓ ପ୍ରେମ ଭିତ୍ତିକ ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଯାହାକୁ ଶ୍ରାବଣ ମାସର ପୁର୍ଣ୍ଣିମାରେ ପାଳନ କରାଯାଏ। ଏହି ରାକ୍ଷୀ ପୂର୍ଣ୍ଣିମାର ବହୁ ମହତ୍ତ୍ୱ ଓ ବିଶେଷତ୍ୱ ରହିଛି।
ରକ୍ଷା ବନ୍ଧନର ମୁଖ୍ୟ ଅର୍ଥ ହେଉଛି ଭାଇଟି ନିଜ ଭଉଣୀକୁ ରକ୍ଷା କରିବାର ସଂଳ୍ପପ ନେବାର ଏହା ପ୍ରତୀକ। ଏହା ବହୁ ପ୍ରାଚୀନ କାଳରୁ ପାଳିତ ହେଉଥିବା କଥା ଶାସ୍ତ୍ରରେ ଉଲ୍ଲେଖ ରହିଛି। ଦେବାଦେବୀ , ରାଜା ,ମୁନିଋଷି, ଆଦି ସଭିଁଏ ଏହି ପର୍ବର ବାସ୍ତବିକତା ବୁଝିଛନ୍ତି। ଯେକୌଣସି ସମସ୍ୟାରୁ ଅଥବା ଅସୁବିଧାରୁ ଉଦ୍ଧାର କରିବାର ଅର୍ଥ ହେଉଛି ରକ୍ଷା କରିବା। ଏହି ରକ୍ଷାକୁ ଏକ ସମ୍ମାନ ପ୍ରଦାନ କରିବା ନିମନ୍ତେ ଏକ ସଂପର୍କର ସ୍ଥାପନା କରାଯାଇ ଏକ ରେଶମୀ ସୂତାକୁ ହାତରେ ବାନ୍ଧିବାର ଏହା ହେଉଛି ଏକ ପ୍ରଥା। ଯାହା ହେଉଛି ରକ୍ଷା ବନ୍ଧନ। ସେହ୍ନ ଓ ଆନ୍ତରିକତା ଭାବର ଏକ ଗଭୀର ଭାବନାର ସାଖି ହେଉଛି ରକ୍ଷା ବନ୍ଧନ। ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧୀ, ମିଠା ଖୁଆଇ ଉପହାର ଗ୍ରହଣ କରିଥାଏ ଏବଂ ନିଜ ଭାଇର ଉନ୍ନତି ଓ ଦୀର୍ଘାୟୁର କାମନା କରିଥାଏ। ଭାଇଟି ନିଜ ଭଉଣୀର ରାକ୍ଷୀ ମାନ୍ୟତା ରଖି ତା’ର ରକ୍ଷା କରିବା ନିମନ୍ତେ ପ୍ରତିଶ୍ରୁତି ଦେଇ ଏହି ପବିତ୍ର ସଂପର୍କର ମାନ୍ୟତା ରଖିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories