www.samajalive.in
Sunday, December 7, 2025
13.1 C
Bhubaneswar

ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ; ଚୀନ୍‌ ସରକାରଙ୍କ ସମର୍ଥନ

ବେଜିଂ : ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲକୁ ଚୀନ ସମର୍ଥନ କରିଥିବାବେଳେ ଦେଶବାସୀ ଏହାକୁ ସମାଲୋଚନା କରିଛନ୍ତି । ଇସଲାମିକ ଚରମପନ୍ଥୀ ନାମରେ ଆଫଗାନିସ୍ତାନରେ ଯୁଦ୍ଧ ଚଳାଇଥିବା ଏକ ସଂଗଠନକୁ ସମର୍ଥନ କରିବା ଠିକ୍ ନୁହେଁ ବୋଲି ଚୀନବାସୀ କହିଛନ୍ତି । ଦେଶବାସୀ ତାଲିବାନର ପୂର୍ବ ଇତିହାସ ଓ ମହିଳାଙ୍କ ଉପରେ ଅତ୍ୟାଚାର ବିଷୟ ମନେ ପକାଇଛନ୍ତି। ପୂର୍ବ ତୁର୍କମେନିସ୍ତାନ ଇସଲାମିକ ଆନ୍ଦୋଳନ ସହିତ ତାଲିବାନର ସମ୍ପର୍କ ରହିଛି ।  ଜିନଜିଆଙ୍ଗରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଚୀନ ଏହି ସଂଗଠନକୁ ଦାୟୀ କରିଥିଲା । ଅନ୍ୟପଟେ ଆଫଗାନିସ୍ତାନରେ ଅସ୍ଥିରତାର ପ୍ରଭାବ ପାକିସ୍ତାନ ଉପରେ ପଡିବ ଯେଉଁଠାରେ ଚୀନ ବେଲ୍ଟ ଆଣ୍ଡ ରୋଡ ଯୋଜନାରେ ୫୦୦୦ କୋଟି ଡଲାର ନିବେଶ କରିଛନ୍ତି। ଦେଶବାସୀଙ୍କ ଏପରି ପ୍ରତିକ୍ରିୟାକୁ ପ୍ରଶମିତ କରିବା ଲାଗି ଚୀନ ବୈଦେଶିକ ମନ୍ତ୍ରଣାଳୟ ଉଦ୍ୟମ କରିଛି। ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିୟାଙ୍ଗ କହିଛନ୍ତି ଯେ ତାଲିବାନମାନେ ପୂର୍ବ ଅପେକ୍ଷା ସୁସଙ୍ଗତ। ତେଣୁ ଏବେ ଆମେ ସେମାନଙ୍କ କଥା ଶୁଣିବା ସହିତ କାର୍ଯ୍ୟକୁ ଅନୁଧ୍ୟାନ କରିବା ଦରକାର। ହୁଆ ଆହୁରି କହିଛନ୍ତି ଯେ ଆଫଗାନିସ୍ତାନରେ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ଆମେରିକା ୨୦ବର୍ଷ ଧରି ଉଦ୍ୟମ କରିବା ପରେ ବିଫଳ ହୋଇଛି। ତେଣୁ ଏଠାରେ ଗଣତନ୍ତ୍ର ସରକାର ସ୍ଥାପନ ସମ୍ଭବ ନୁହେଁ। ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଏହାର ଦଳୀୟ ୱେବ ଚାନେଲ ‘ଦ ପିପୁଲ୍ସ ଡେଲି’ରେ ସୋମବାର ତାଲିବାନ ସପକ୍ଷବାଦୀ ଏକ ଭିଡିଓ ପୋଷ୍ଟ କରିଥିଲା। ଏହି ପୋଷ୍ଟକୁ ସମାଲୋଚନା କରାଯିବା ପରେ ଏହାକୁ ହଟାଇ ଦିଆଯାଇଥିଲା। ତେବେ ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ହେବାକୁ ଦିଆଯିବ ନାହିଁ ବୋଲି ଚୀନ୍ କହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories