ବ୍ରହ୍ମପୁର : ବଡ଼ବଜାର ଥାନା ନିକଟ ଆକ୍ସିସ ବ୍ୟାଙ୍କ ନିକଟରୁ ଏଜିଏସ କମ୍ପାନୀର ଏଟିଏମ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ ହେବାକୁ ଯାଉଛି । ସେହି ଗାଡିର ଚାଳକ ଆଶିଷ ଦିଗଲ ହିଁ ଏହି ବହୁ ଚର୍ଚ୍ଚିତ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ସୂଚନା ମିଳିଛି । ଆଶିଷ ନିଜେ ଅପହରଣ ନାଟକ କରିଥିଲେ ବୋଲି ଜଣାପଡିଛି । ପୁଲିସ ପ୍ରଥମ ଦିନରୁ ହିଁ ଆଶିଷ ଉପରେ ସନ୍ଦେହ କରି ଆସୁଥିଲା । ୩ ଦିନ ହେବ ଆଶିଷକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ତାର ୩ ସହଯୋଗୀଙ୍କୁ ବାହାର ଜିଲ୍ଲାରୁ ପୁଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଆଜକୁ ୩ ଦିନ ପୂର୍ବେ ୨୪ ଲକ୍ଷ ଟଙ୍କା ଥିବା କମ୍ପାନୀର ଗାଡିକୁ ବଡ଼ବଜାର ଆକ୍ସିସ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପୁଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଚାଳକ ଆଶିଷକୁ ଉଦ୍ଧାର କରିଥିଲା ।
Popular Categories



