www.samajalive.in
Tuesday, December 9, 2025
26.1 C
Bhubaneswar

ଆଠଗଡ ଠାରେ ଜିମସାରରେ ଏମଆରଆଇ ଏବଂ ସିଟି ସ୍କାନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ

 ପଣ୍ଡିତ ଗୋପବନ୍ଧୁଙ୍କ ବିଚାର ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିକ୍ଷା ନୀତିରେ ପ୍ରତିଫଳିତ
 ମୋଦି ସରକାର ସ୍ଲୋଗାନରେ ନୁହେଁ ଦାୟିତ୍ୱକୁ ପୂରା କରିବାରେ ବିଶ୍ୱାସ କରନ୍ତି
 ଜିମସାରରେ ମହାମାରୀ ସମୟରେ ସିଟି ସ୍କାନ୍ ମେସିନ ଦ୍ୱାରା ବହୁ ରୋଗୀ ଉପକୃତ ହୋଇଛନ୍ତି
 ପଣ୍ଡିତ ଗୋପବନ୍ଧୁ ସତ୍ୟବାଦୀର ବକୁଳ ବନ ବିଦ୍ୟାଳୟ ଓ ସମାଜ ଭଳି ଦୁଇଟି ବଟ୍ଟବୃକ୍ଷ ସଦୃଶର
କଳ୍ପନା କରିଥିଲେ
 ସାମାଜିକ ମୂଲ୍ୟବୋଧକୁ ଜାଗ୍ରତ କରିବାରେ ସମାଜର ଭୂମିକା ଅତୁଳନୀୟ

ଆଠଗଡ଼:  ଶହେ ବର୍ଷ ପୂର୍ବ ପୁରୀର ସତ୍ୟବାଦୀ ଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରି ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ ଭାଷାରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବାର ଯେଉଁ ନୀତି ପଣ୍ଡିତ ଗୋପବନ୍ଧୁ ଦାସ ଆପଣାଇଥିଲେ ସେହି ନୀତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷା ନୀତିରେ ପ୍ରଣୟନ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଗୋପବନ୍ଧୁଙ୍କ ‘ନର ସେବା ହିଁ ନାରାୟଣ ସେବା’ ଆଦର୍ଶରେ ଅନୁପ୍ରାଣିତ ହୋଇ ମୋଦି ସରକାର ସ୍ଲୋଗାନରେ ନୁହେଁ ଦାୟିତ୍ୱକୁ ପୂରା କରିବାରେ ବିଶ୍ୱାସ କରନ୍ତି ବୋଲି ସେ କହିଛନ୍ତି। କଟକ ଆଠଗଡ଼ ସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ(ଜିମସାର)ରେ ଏମଆରଆଇ ଏବଂ ସିଟି ସ୍କାନ ସୁବିଧାର ଲୋକାର୍ପଣ ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି।

- Advertisement -

ସେ କହିଛନ୍ତି ଯେ ଆଠଗଡ଼ ଉପଖଣ୍ଡର ମାଧପୁର ଠାରେ ଥିବା ଏହି ଜିମସାରରେ ଏମଆରଆଇ ଏବଂ ସିଟି ସ୍କାନ ଉପଲବ୍ଧି ନେଇ ସ୍ଥାନୀୟ ଲୋକମାନଙ୍କର ଦୀର୍ଘ ଦିନର ଦାବୀ ରହିଥିଲା। ଏହା ପରେ ବିପିସିଏଲ ସାମାଜିକ ଉତରଦାୟିତ୍ୱ ଅଧୀନରେ ୬.୬୦ କୋଟି ଟଙ୍କା ବ୍ୟୟରେ ଏଠାରେ ଏମଆରଆଇ ଏବଂ ସିଟି ସ୍କାନ ମେସିନ କାର୍ଯ୍ୟକ୍ଷମ କରାଯାଇଛି। କରୋନା ମହାମାରୀ ସମୟରେ ସିଟି ସ୍କାନ୍ ମେସିନ କାର୍ଯ୍ୟକ୍ଷମ ହେବା ଫଳରେ ବହୁ ରୋଗୀ ଉପକୃତ ହୋଇ ପାରିଛନ୍ତି।


ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ନର ସେବା ହିଁ ନାରାୟଣ ସେବା’ ଆଦର୍ଶରେ ଗରିବ ଓ ଅସହାୟ ଲୋକଙ୍କୁ କମ ମୂଲ୍ୟରେ ଚିକିତ୍ସା ସେବା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଜିମସାର ସ୍ଥାପନ କରାଯାଇଥିଲା । ଉତ୍କଳମଣି ଗୋପବନ୍ଧୁଙ୍କ ଇଚ୍ଛା ଏବଂ ଅଭିଳାଷକୁ ସାକାର କରିବା ପାଇଁ “ସମାଜ” ଓ “ଲୋକ ସେବକ ମଣ୍ଡଳ” ଦ୍ୱାରା ଉଚ୍ଚକୋଟୀର ସେବାମୂଳକ ଚିକିତ୍ସା ଓ ଆୟୁର୍ବିଜ୍ଞାନ ଶିକ୍ଷା ପାଇଁ ଏହି ପ୍ରତିଷ୍ଠାନ ସ୍ଥାପନା କରି ପଣ୍ଡିତ ଗୋପବନ୍ଧୁଙ୍କ ‘ସେବା’ର ପରମ୍ପରାକୁ ଆଗକୁ ନେଉଅଛି। ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ଅନୁଷ୍ଠାନ ଆହୁରି ପ୍ରଗତି କରିବ ଓ ଆସନ୍ତା ଦିନ ମାନଙ୍କରେ ଏହା ଏକ ମେଡ଼ିକାଲ କଲେଜର ରୂପ ନେବ ବୋଲି ସେ କହିଛନ୍ତି।

ପଣ୍ଡିତ ଗୋପବନ୍ଧୁ କେବଳ ଓଡ଼ିଶାରେ ରଚନାତ୍ମକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବରଂ ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ସତ୍ୟବାଦୀର ବକୁଳ ବନ ବିଦ୍ୟାଳୟ ଓ ସମାଜ ଭଳି ଦୁଇଟି ବଟ୍ଟବୃକ୍ଷ ସଦୃଶର କଳ୍ପନା କରିଥିଲେ। ବନ୍ୟା, ବାତ୍ୟା, ମରୁଡ଼ି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେବା କରିବାର ଅନନ୍ୟ ପରମ୍ପରାର ନାମ ସମାଜ। ସ୍ୱାଧୀନତୋର ଭାରତରେ ସାମାଜିକ ମୂଲ୍ୟବୋଧକୁ ଜାଗ୍ରତ କରିବା ଏବଂ ଓଡିଆ ଭାଷା ଏବଂ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ସମାଜର ଭୂମିକା ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories