www.samajalive.in
Tuesday, December 9, 2025
26.1 C
Bhubaneswar

କେବେ ଆରମ୍ଭ ହେବ ୩ ଶହ ଶଯ୍ୟା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା !

ବୌଦ୍ଧ : ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ୩ ଶହ ଶଯ୍ୟା ବିଶିଷ୍ଠ ନୂତନ କୋଠା ନିର୍ମାଣ କରିବା ପାଇଁ ୮୮.୬୩ କୋଟି ଟଙ୍କାର ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିବାପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ନୂତନ ଚିକିତ୍ସାଳୟ କୋଠା ନିର୍ମାଣ ପାଇଁ ବୌଦ୍ଧ ଉପକାରାଗାରକୁ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଦୀର୍ଘ ଏକବର୍ଷରୁ ଅଧିକ ସମୟ ହେଲା ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଏହି କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଗତି ହୋଇ ପାରିବ। ୨୦୧୯ ମସିହାରେ ୫ଟି ସଚିବ ଭିକେ ପାଣ୍ଡିଆନ, ସେତେବେଳର ଓଡିଶା ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ ପ୍ରମୁଖ ବୌଦ୍ଧଜିଲା ଗସ୍ତରେ ଆସି ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ସମୟରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାର ସ୍ୱାସ୍ଥ୍ୟସେବା ସମସ୍ୟା ସଂପର୍କରେ ଜଣାଇଥିଲେ। ସ୍ଥାନାଭାବ ଯୋଗୁଁ ନୂତନ କୋଠା ନିର୍ମାଣରେ ସମସ୍ୟା ହେଉଥିବା ନେଇ ଜଣାଇଥିଲେ। ଏହା ପରେ ପୁରୁଣା ବ୍ଲକ ନିକଟରେ ଥିବା ଉପକାରାଗାରକୁ ହରଭଙ୍ଗା ବ୍ଲକର ଲାଣ୍ଡିବନ୍ଧ ନିକଟକୁ ସ୍ଥାନାନ୍ତରିତ କରାଯାଇ ସେଠାରେ ନୂତନ ଡାକ୍ତରଖାନା କୋଠା ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା। ସରକାର ସେଠାରେ ୩ ଶହ ଶଯ୍ୟା ବିଶିଷ୍ଠ ଡାକ୍ତରଖାନାର ନୂତନ କୋଠା ନିର୍ମାଣ କରିବା ପାଇଁ ନିଷ୍ପତି ନେଇଥିଲେ। ଏହି ନୂତନ କୋଠାକୁ ନିର୍ମାଣ ପାଇଁ ୮୮.୬୩ କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ମିଳିବା ସହିତ ଅର୍ଥ ମଞ୍ଜୁର କରାଯାଇଥିବା ଜଣାପଡିଛି।

 

- Advertisement -

ଏହି ୩ ଶହ ଶଯ୍ୟା ବିଶିଷ୍ଠ ଡାକ୍ତରଖାନାର କୋଠା ନିର୍ମାଣ ହେଲେ ଜିଲାର ସ୍ୱାସ୍ଥ୍ୟସେବାରେ ଭିତ୍ତିଭୂମିର ବିକାଶ ହେବା ସହିତ ରୋଗୀମାନେ ଉତ୍ତମ ସେବା ପାଇପାରିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକତା ଠାରୁ କମ ଶଯ୍ୟା ରହିଛି। ଯାହାଫଳରେ ରୋଗୀମାନେ ଶଯ୍ୟା ଭାବ ଯୋଗୁଁ ବାଧ୍ୟ ହୋଇ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ଏପରିକି ଶଯ୍ୟା ଅଭାବ ଯୋଗୁଁ ପ୍ରସୂତି ମହିଳା ଓ ନବଜାତ ଶିଶୁମାନଙ୍କୁ ବାରଣ୍ଡାରେ ରଖି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ସେମାନଙ୍କୁ ଚିକିତ୍ସା କରାଯାଉଥିବାର ଅଭିଯୋଗ ହୋଇଆସୁଛି। ଯାହାଫଳରେ ନବଜାତ ଶିଶୁମାନଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଜିଲାପାଳ ଓ ଅନ୍ୟ ପଦାଧିକାରୀମାନେ ବାରମ୍ବାର ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଆସୁଛନ୍ତି। ଏହି ୩ ଶହ ଶଯ୍ୟା ବିଶିଷ୍ଟ ନୂତନ କୋଠା ନିର୍ମାଣ ହେଲେ ରୋଗୀମାନଙ୍କ ଶଯ୍ୟା ସମସ୍ୟା ଦୂର ହେବାର ସମ୍ଭାବନା ରହିଛି। ବୈାଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ବୌଦ୍ଧଜିଲାବାସୀଙ୍କ ସହିତ ପୋଡଶୀ ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକ ଓ ସମ୍ବଲପୁର ଜିଲାର ରେଢାଖୋଲ ଉପଖଣ୍ଡର ଅଂଚଳବାସୀ ଓ ସୋନପୁର ଜିଲାର ସୀମାନ୍ତ ଗ୍ରାମବାସୀମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ନୂତନ ଚିକତ୍ସାଳୟ ୭ମହଲା ବିଶିଷ୍ଟ ହେବାକୁଥିବାବେଳେ ରୋଗୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଅଛି। ଏହା ନିର୍ମାଣ ହେଲେ ପୋଡଶୀ ଜିଳାଗୁଡିକର ସିମାନ୍ତ ଅଞ୍ଚଳ ସହ ବୌଦ୍ଧବସୀ ଉପକୃତ ହେବେ। ତେଣୁ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ସାଧାରଣରେ ମତପ୍ରକାଶ ପାଉଅଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories