www.samajalive.in
Sunday, December 7, 2025
26.1 C
Bhubaneswar

ସବୁ ତନଖି ଫାଟକରେ ‘ଫାଷ୍ଟଟାଗ୍‌’ ବାଧ୍ୟତାମୂଳକ

ଭୁବନେଶ୍ବର: ରାଜ୍ୟର ସମସ୍ତ ତନଖି ଫାଟକରେ ଅର୍ଥ ସଂଗ୍ରହ ଲାଗି ଜାତୀୟ ବୈଦ୍ୟୁତିକ ଅର୍ଥ ସଂଗ୍ରହ(ଏନ୍‌ଇଟିସି) ଫାଷ୍ଟଟାଗ୍‌ ସେବା କାର୍ଯ୍ୟକାରୀ କରିବା ଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀ(ସଡ଼କ)ଙ୍କୁ ନିର୍ଦେଶ ଦିଆଯାଇଛି। ଗତ ସପ୍ତାହରେ ଅର୍ଥ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଏନେଇ ଇ-ମେଲ୍‌ ମାଧ୍ୟରେ ଅବଗତ କରାଯାଇଥିଲା। ଭାରତୀୟ ଜାତୀୟ ଦେୟ ନିଗମ(ଏନ୍‌ପିସିଆଇ) ପକ୍ଷରୁ ବୈଦ୍ୟୁତିକ ଅର୍ଥ ପୈଠ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ଲାଗି ପୂର୍ତ୍ତ ବିଭାଗକୁ ଅନୁରୋଧ କରାଯାଇଥିଲା। ଦେଶର ସମସ୍ତ ଜାତୀୟ ରାଜପଥ ଏବଂ ରାଜ୍ୟ ସଡ଼କରେ ଥିବା ୮୫୦ରୁ ଅଧିକ ତନଖି ଫାଟକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ତନଖି ଫାଟକରେ ସବୁଠାରୁ କମ୍‌ ନଗଦ ଅର୍ଥ କାରବାର ଲକ୍ଷ୍ୟ ନେଇ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଅନୁରୋଧ କରାଯାଇଛି। ଫାଷ୍ଟଟାଗ୍‌ ବ୍ୟତୀତ ବିଭିନ୍ନ ବୈଦ୍ୟୁତିକ ଅର୍ଥ ପୈଠ ବ୍ୟବସ୍ଥା ଏଟିଏମ୍‌, ୟୁପିଆଇ, ଆଧାର ସଂଲଗ୍ନ ଅର୍ଥ ପୈଠ ବ୍ୟବସ୍ଥା ଆଦିକୁ କାର୍ଯ୍ୟକାରୀ କରାଯାଉଛି।

 

- Advertisement -

ଭାରତୀୟ ଜାତୀୟ ଦେୟ ନିଗମ ଅନୁସାରେ ସାରା ଦେଶରେ ତନଖି ଫାଟକରେ ସମସ୍ତ ଧାଡ଼ିରେ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ କରାଯିବ। ଏହାଫଳରେ ବହୁ ସମୟ ବଞ୍ଚିବା ସହିତ ଭାରୀଯାନଗୁଡ଼ିକରେ ଅନେକ ତୈଳ ସଞ୍ଚୟ ହୋଇପାରିବ। ଗତ ଫେବୃଆରୀ ମାସରୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଫାଷ୍ଟଟାଗ୍‌କୁ ବାଧ୍ୟତାମୂଳକ କରିଛନ୍ତି। ତେଣୁ ଫାଷ୍ଟଟାଗ୍‌ରେ ବ୍ୟାଙ୍କର ବିଭିନ୍ନ ଅର୍ଥଦେଣ ବ୍ୟବସ୍ଥା ମାଧ୍ୟମରେ ଟଙ୍କା ଜମା କରାଯାଇପାରିବ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories