ଚୌଦ୍ୱାର : ଆଜକୁ ଦୀର୍ଘ ୧୯ ବର୍ଷ ଧରି ବନ୍ଦ ହୋଇ ପଡ଼ି ରହିଥିବା ଚୌଦ୍ୱାର ସ୍ଥିତ ଓଟିଏମ୍ର ଆଉ ୪ଜଣ ଶ୍ରମିକଙ୍କର ଏହା ଭିତରେ ମୃତ୍ୟୁ ଘଟିଛି । ସେମାନେ ହେଲେ ଓଟିଏମରେ ତନ୍ତ ବିଭାଗରେ କାର୍ଯ୍ୟ କରୁଥିବା ଚୌଦ୍ୱାର ବ୍ରାହ୍ମଣ ସାହିର ଦୀନବନ୍ଧୁ ଗାହାଣ (୭୮), ବ୍ଲୋ ରୁମରେ କାର୍ଯ୍ୟ କରୁଥିବା ଜଗତପୁର ଖରିଦା ସାହିର ଅଭିରାମ ବେହେରା(୬୭), ସ୍ପିନିଂ ବିଭାଗରେ କାର୍ଯ୍ୟକରୁଥିବା ଜଗତପୁର ଅନ୍ଧାରି ଗ୍ରାମର ରଘୁନାଥ ବେହେରା(୬୮) ଓ ତନ୍ତ ବିଭାଗରେ କାର୍ଯ୍ୟ କରୁଥିବା ସାଇଣ୍ଟୋ ଗ୍ରାମର ଜଗବନ୍ଧୁ ସାମଲ। ଏହି ୪ଜଣ ମୃତକଙ୍କୁ ମିଶାଇ ଓଟିଏମ୍ ଶ୍ରମିକ ଓ କର୍ମଚାରୀଙ୍କ ମୃତ୍ୟୁସଂଖ୍ୟା ୬୮୩ରେ ପହଞ୍ଚିଲାଣି। ଓଟିଏମ୍ ବନ୍ଦ ହେବାପରେ ଏଥିରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ମାନେ ସେମାନଙ୍କ ବକେୟା ପ୍ରାପ୍ୟକୁ ଚାହିଁ ଚାହିଁ ଦୁର୍ଦିନ ଭିତରେ କାଳାତିପାତ କରିବା ସହିତ ଗୋଟିଏ ପରେ ଗୋଟିଏ ଆରପାରିକୁ ଚାଲି ଯାଉଥିବାବେଳେ ସେମାନଙ୍କ ଦୁଃଖ ଲାଘବ ପାଇଁ ସରକାରୀ ସ୍ତରରେ ଏଯାବତ୍ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଶ୍ରମିକମାନେ କ୍ଷୋଭରସହ ପ୍ରକାଶ କରିଛନ୍ତି।
Popular Categories



