www.samajalive.in
Sunday, December 7, 2025
23.1 C
Bhubaneswar

ସ୍କୁଲ ଖୋଲିବା ପରେ ବଢ଼ି ଚାଲିଛି ସଂକ୍ରମଣ, ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ବର: ସ୍କୁଲ ଖୋଲିବା ପରେ ବଢ଼ି ଚାଲିଛି ଛାତ୍ରଛାତ୍ରୀଙ୍କ ସଂକ୍ରମଣ। ଦେଶରେ ବଢୁଛି କୋଭିଡ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା। ସ୍କୁଲ ଖୋଲିବା ପରେ ହିମାଚଳ ପ୍ରଦେଶରେ ୬୨, ପଞ୍ଜାବରେ ୨୭ ଏବଂ ହରିଆଣାରେ ୬ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି। ସେହିପରି ଜୁଲାଇ ୨୬ରୁ ଓଡ଼ିଶାରେ ସ୍କୁଲ ଖୋଲିବା ପରେ କନ୍ଧମାଳ ଜିଲା ଦାରିଙ୍ଗିବାଡ଼ିର ୨ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସ୍କୁଲକୁ ସରକାର କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।
୩ ଦିନରେ ରାଜ୍ୟର ୨ ଛାତ୍ରୀ କରୋନା ସଂକ୍ରମିତ ହେବା ପରେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ଏହାର ମୁକାବିଲା ଲାଗି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଜିଲାସ୍ତରରେ ଟାସ୍କ ଫୋର୍ସ ଗଠନ କରାଯିବ। ସ୍ବତନ୍ତ୍ର କୋଭିଡ ହସପିଟାଲ ଖୋଲିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଅପରପକ୍ଷରେ ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି ଯେ ସାଧାରଣ ଫ୍ଲୁ ଓ କୋଭିଡର ଲକ୍ଷଣରେ ବିଶେଷ କିଛି ଫରକ ନାହିଁ। ଯଦି କୌଣସି ଶିଶୁଙ୍କୁ ଜ୍ବର ଲାଗି ରହୁଛି, ପିତାମାତା ତୁରନ୍ତ ଶିଶୁର କୋଭିଡ ଟେଷ୍ଟ କରାଇ ଡାକ୍ତରଙ୍କ ସହ ପରାମର୍ଶ କରାନ୍ତୁ। ତାହେଲେ ସମ୍ଭାବ୍ୟ ସଂକ୍ରମଣକୁ ରୋକାଯାଇପାରିବ।

ଅପରପକ୍ଷରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ସପ୍ତାହକ ମଧ୍ୟରେ ଟାସ୍କଫୋର୍ସ ଗଠନ ହେବ। ଟାସ୍କଫୋର୍ସର ଅଧ୍ୟକ୍ଷତା କରିବେ ଜିଲାପାଳ। ସିଡିଏମଓ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ। ଆନେସ୍ଥେସିଆ ସ୍ପେଶାଲିଷ୍ଟ ସଦସ୍ୟ ରହିବେ।
ଡିଏମ୍‌ଇଟିର ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ କେନ୍ଦ୍ରର ଗାଇଡଲାଇନ ଅନୁସାରେ ରାଜ୍ୟରେ ୬୦୦ ଶିଶୁ ବେଡ ଦରକାର। ରାଜ୍ୟରେ ୩ ହଜାର ବେଡର ବ୍ୟବସ୍ଥା କରାଯାଇଛି। ଶିଶୁଙ୍କ ଲାଗି ୬୧୦ଟି ଆଇସିୟୁ ବେଡ ରଖାଯାଇଛି। ଆଗକୁ ଶିଶୁ ବେଡ ସଂଖ୍ୟା ଆହୁରି ବଢ଼ାଯିବ। କଟକ, ଭୁବନେଶ୍ବର ଓ ରାଉରକେଲା ଭଳି ବଡ଼ ସହରରେ ଶିଶୁ କୋଭିଡ ହସପିଟାଲ ଖୋଲାଯିବ। ସମ୍ଭାବ୍ୟ ତୃତୀୟ ଲହରରେକୁ ଦୃଷ୍ଟିରେ ରଖି ଔଷଧ କିଣା ଆରମ୍ଭ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories