କଟକ : ଏଏଫସି ମହିଳା ଏସୀୟ କପ୍-୨୦୨୨ ପାଇଁ ଜାତୀୟ ମହିଳା ଫୁଟବଲ୍ ଦଳର ପ୍ରସ୍ତୁତି ଶିବିରରେ ଯୋଗ ଦେବା ପାଇଁ ଦୁଇ ଓଡ଼ିଆ ଝିଅ ମନୋନୀତ ହୋଇଛନ୍ତି ।
ଆମ ରାଜ୍ୟର ଦୁଇ ପ୍ରତିଭାବାନ ମହିଳା ଫୁଟବଲ୍ ଖେଳାଳି ମୟୂରଭଞ୍ଜର ଜବାମଣି ଟୁଡୁ ଏବଂ ସୁନ୍ଦରଗଡର ପ୍ୟାରୀ ଖାଖାଙ୍କୁ ଏଏଫସି ମହିଳା ମହିଳା ଏସିଆ କପ୍ ପାଇଁ ମହିଳା ଜାତୀୟ ଫୁଟବଲ୍ ଦଳ ପ୍ରସ୍ତୁତି ନିମନ୍ତେ ଆଗାମୀ ତାଲିମ ଶିବିର ପାଇଁ ମନୋନୀତ ହୋଇଛନ୍ତି।
ଏହି ଶିବିର ଆସନ୍ତା ୧୬ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଜାମସେଦପୁରରେ ଆରମ୍ଭ ହେବ।
ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର ସଂପାଦକ ଆଶୀର୍ବାଦ ବେହେରା ଏହି ଉଲ୍ଲେଖନୀୟ ସଫଳତା ପାଇଁ ଉଭୟ ଖେଳାଳୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଏଏଫସି ମହିଳା ଏସୀୟ କପ୍-୨୦୨୨ : ପ୍ରସ୍ତୁତି ଶିବିର ପାଇଁ ୨ ଓଡ଼ିଆ ଝିଅ ମନୋନୀତ
Popular Categories



