www.samajalive.in
Sunday, December 7, 2025
18.1 C
Bhubaneswar

ଆବୁଧାବି ସି ୱାର୍ଲଡରେ ସ୍ଥାନ ପାଇବ ବିଶ୍ୱର ସର୍ବବୃହତ ଆକ୍ୱାରିୟମ

ଆବୁଧାବି: ଏଠାରେ ନିର୍ମାଣ ଚାଲିଥିବା ଥିବା ସି ୱାର୍ଲଡରେ ତିଆରି ହେଉଛି ଜଳଜୀବ ମାନଙ୍କୁ ନେଇ ପରବର୍ତ୍ତୀ ପିଢିର ଥିମ୍‍ ପାର୍କ। ସେଠାରେ ବିଶ୍ୱର ସର୍ବବୃହତ ଏବଂ ସବୁଠାରୁ ବ୍ୟୟବହୁଳ ସାମୁଦ୍ରିକ ଆକ୍ୱାରିୟମ ସ୍ଥାନ ପାଇବ। ସିୱାର୍ଲଡ ପାର୍କସ୍‍ ଆଣ୍ଡ ଏଣ୍ଟରଟେନମେଣ୍ଟ ଏବଂ ଆବୁ ଧାବିର ମିରାଲ୍‍ ଏହି ସି ୱାର୍ଲଡ ନିର୍ମାଣ କାର୍ଯ୍ୟ ପୁରାଦମରେ ଜାରିରଖିଛନ୍ତି। ଇତିମଧ୍ୟରେ ସାମୁଦ୍ରିକ ଜଳଜୀବମାନଙ୍କର ଏହି ପାର୍କର ୬୪% କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ସମୁଦାୟ ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ ହେବା ଆଶା କରାଯାଉଛି।

ୟସ୍‍ ଦ୍ୱୀପରେ ନିର୍ମାଣାଧୀନ ସିୱାର୍ଲଡ ଆବୁ ଧାବିରେ ବିଶ୍ୱର ସର୍ବବୃହତ ଏବଂ ସର୍ବାଧିକ ଜଳଜୀବ ରହିଥିବା ଆକ୍ୱାରିୟମ ସ୍ଥାପନ ହେବ, ଯେଉଁଥିରେ ୨୫ ନିୟୁତ ଲିଟର ଜଳ ଧାରଣ କ୍ଷମତା ରହିବ ଏବଂ ସେଥିରେ ୬୮,୦୦୦ ପ୍ରକାରରୁ ଅଧିକ ସାମଦ୍ରୁିକ ଜୀବ ସ୍ଥାନପାଇବେ। ଏହି ଜଳ ଜୀବଗୁଡିକ ମଧ୍ୟରେ ମଣ୍ଟା ରେ, ସାର୍କ, ବିଭିନ୍ନ ପ୍ରଜାତିର ମାଛ ଏବଂ ସାମୁଦ୍ରିକ କଇଁଛ ଆଦି ଅନ୍ତର୍ଭୁକ୍ତ। ଦର୍ଶକଙ୍କ ପାଇଁ ଏଠାରେ ୨୦ ମିଟର ଉଚ୍ଚତାର ଏକ ଦେଖିବାଭଳି କାଚ ଝରକା ରହିବ। ସି ୱାର୍ଲଡ ଆବୁ ଧାବିର ବିଷୟବସ୍ତୁ ରହିବ ‘ଏକ ମହାସାଗର’, ଯେଉଁଥିରେ ଭୂଭାଗ ଓ ମହାସାଗରରେ ରହୁଥିବା ପ୍ରାଣୀମାନଙ୍କ ମଧ୍ୟରେ ଆନ୍ତଃସଂପର୍କକୁ ପ୍ରଦର୍ଶିତ କରାଯିବ। ସାମୁଦ୍ରିକ ଜୀବ ପାର୍କରେ ଛଅଟି ଭିନ୍ନ ଭିନ୍ନ ଭାଗରେ ଏହି ବିଷୟକୁ ପରସ୍ପର ସହିତ ସଂଯୁକ୍ତ କରାଯିବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories