www.samajalive.in
Sunday, December 7, 2025
26.1 C
Bhubaneswar

ମୁମ୍ବଇରେ ଡେଲଟା ପ୍ଲସ ପ୍ରକରଣରେ ପ୍ରଥମ ମୃତ୍ୟୁ; ଦୁଇଟି ଟିକା ନେଇସାରିଥିଲେ ମୃତ ମହିଳା

ମୁମ୍ବଇ: ଏଠାରେ କୋଭିଡ-୧୯ର ଡେଲଟା ପ୍ଲସ୍‍ ପ୍ରକରଣରେ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହି ପ୍ରକରଣଜନିତ ଏହା ପ୍ରଥମ ମୃତ୍ୟୁ ବୋଲି ଜଣାଯାଇଛି। ତେବେ ମହିଳା ଜଣକ କୋଭିଡର ଦୁଇଟିଯାନ ପାନ ଟିକା ନେଇସାରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ୬୩ ବର୍ଷ ବୟସ୍କା ଏହି ମହିଳା ମଧୁମେହ ସମେତ ଅନ୍ୟାନ୍ୟ ରୋଗରେ ପୂର୍ବରୁ ପୀଡିତ ଥିଲେ। ଏହା ପୂର୍ବରୁ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଥିଲା ଯେ ରାଜ୍ୟରେ କୋଭିଡ-୧୯ର ଡେଲଟା ପ୍ଲସ ପ୍ରକରଣରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି।

ଏହାପରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କୋଭିଡ-୧୯ ସମ୍ପର୍କିତ ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ବ୍ୟାୟାମଶାଳା, ପାର୍ଲର ଏବଂ ସେଲୁନଗୁଡିକ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସଂଶୋଧିତ ନିର୍ଦ୍ଦେଶନାମା ଚଳିତ ମାସ ୧୫ ତାରିଖରୁ ଲାଗୁ ହେବ। ସେହିଭଳି ରାଜ୍ୟରେ ସମସ୍ତ ଦୋକାନ ବଜାର ସବୁଦିନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକ ସମବେତ ହେବାକୁ ଅନୁମତି ଦିଆଯାଇଛି। ସରକାରୀ କାର୍ଯ୍ୟାଳୟଗୁଡିକ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାଯ୍ୟଁ କରିବ ଏବଂ ସମସ୍ତ କର୍ମଚାରୀ ଦୁଇ ପାନ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ବେସରକାରୀ କାର୍ଯ୍ୟାଳୟଗୁଡିକ ୨୪ ଘଣ୍ଟା ଖୋଲା ରହିପାରିବ ଏବଂ ସେଠାରେ କର୍ମଚାରୀମାନେ ସମ୍ପୂର୍ଣ୍ଣ ଭାବରେ ଟିକା ନେବାକୁ କୁହାଯାଇଛି। ତେବେ ରାଜ୍ୟରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ଏବଂ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡିକ ବନ୍ଦ ରହିବ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories