www.samajalive.in
Monday, December 8, 2025
14.1 C
Bhubaneswar

ଇଓଏସ-୦୩ କୃତ୍ରିମ ଉପଗ୍ରହ ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ

ନୂଆଦିଲ୍ଲୀ: ଭାରତର ଜିଓସିଙ୍କ୍ରୋନସ ସାଟେଲାଇଟ ଉତକ୍ଷେପଣ ଯାନ ଏଫ୧୦ ସହାୟତାରେ ଇଓଏସ-୦୩ କୃତ୍ରିମ ଉପଗ୍ରହ ମହାକାଶକୁ ପ୍ରେରଣ କରିବା ପାଇଁ ଅବଗଣନା ଆରମ୍ଭ ହୋଇଛି। ବୁଧବାର ସକାଳୁ ଏହି ଅବଗଣନା ଆରମ୍ଭ ହୋଇଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ କୁହାଯାଇଛି। ଇସ୍ରୋ ପକ୍ଷରୁ ଟ୍ୱିଟ୍‍ କରି କୁହାଯାଇଛି ଯେ ଜିଏସଏଲଜି-ଏଫ୧୦/ଇଓଏସ-୦୩ ଅଭିଯାନ ପାଇଁ ଅବଗଣନା ବୁଧବାର ପ୍ରତ୍ୟୁଷ ୩.୪୩ରୁ ଆରମ୍ଭ ହୋଇଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସଡିଏସସି) ଏସଏଚଏଆର କେନ୍ଦ୍ରରୁ ଏହାକୁ ଉତକ୍ଷେପଣ କରାଯିବ।

ଜିଓସିଙ୍କ୍ରୋନସ ଉପଗ୍ରହ ଉତକ୍ଷେପଣ ଯାନ ଏଫ୧୦ (ଜିଏସଏଲଭି-ଏଫ୧୦) ଭୂପୃଷ୍ଠ ପର୍ଯ୍ୟବେକ୍ଷଣ କୃତ୍ରିମ ଉପଗ୍ରହ ଇଓଏସ-୦୩କୁ ମହାକାଶକୁ ପଠାଇବ। ପାଗ ଭଲ ରହିଲେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସଡିଏସସି) ଏଚଏଚଏଆରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଏହାକୁ ଗୁରୁବାର ଭୋର ୫.୪୩ରେ ମହାକାଶକୁ ପଠାଯିବ। ଇଓଏସ-୦୩ ଏକ ଅତ୍ୟାଧୁନିକ ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ କୃତ୍ରିମ ଉପଗ୍ରହ ଏବଂ ଏହାକୁ ଜିଏସଏଲଭି-୧୦ ଦ୍ୱାରା ଜିଓସିଙ୍କ୍ରୋନସ ଟ୍ରାନ୍ସଫର କକ୍ଷ ପଥରେ ଅବସ୍ଥାପିତ କରାଯିବ। ପରବର୍ତ୍ତୀ ସମୟରେ ଏହି କୃତ୍ରିମ ଉପଗ୍ରହ ଏହା ଦେହରେ ଖଞ୍ଜାଯାଇଥିବା ପ୍ରପଲସନ ବ୍ୟବସ୍ଥାକୁ ଉପଯୋଗ କରି ଚୂଡାନ୍ତ ଭୂସ୍ଥିର କକ୍ଷ ପଥରେ ପହଞ୍ଚିବ। ଏହି କୃତ୍ରିମ ଉପଗ୍ରହର ବ୍ୟାସ ୪ ମିଟର ଏବଂ ଏହା ଜିଏସଏଲଭିର ଚତୁର୍ଦ୍ଦଶ ଉଡାଣ ବୋଲି ଜଣାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories