www.samajalive.in
Sunday, December 7, 2025
13.1 C
Bhubaneswar

ଗୋଟିଏ ପଞ୍ଚାୟତର  ଅନୁଦାନ, ଅନ୍ୟ ପଞ୍ଚାୟତରେ  କାର୍ଯ୍ୟ କରାଯାଉଛି କାହା ସ୍ୱାର୍ଥରେ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ୨୧ ଟି ପଞ୍ଚାୟତ ରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର କାର୍ଯ୍ୟ ଚାଲିଥିବାବେଳେ ସମସ୍ତ କାର୍ଯ୍ୟ ବିଭାଗୀୟ କର୍ମଚାରୀ ମାନଙ୍କ ନାମରେ ରଖାଯାଇ ପଞ୍ଚାୟତରେ ଥିବା ଶାସକ ଦଳର କିଛି କର୍ମୀମାନେ କାମ କରୁଛନ୍ତି ।କର୍ମୀମାନେ ଅଧିକାରୀମାନଙ୍କ ଉପରେ ଚାପ ପକାଇ ଅଧିକ ପି ସି ଦେଇ ନିମ୍ନ ମାନର କାମ କରୁଛନ୍ତି ।ଫଳରେ ନିମ୍ନ ମାନର କାମ ଯୋଗୁଁ ସ୍ଥାୟୀତ୍ୱ ବେଶିଦିନ ରହୁନାହିଁ । ଏଠାରେ ସମସ୍ତ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରାଯାଇ ପାରୁଛି ।ଏପରିକି ଗୋଟିଏ ପଞ୍ଚାୟତକୁ ଆସିଥିବା ଅନୁଦାନ ଅର୍ଥ ରାଶିରେ ଅନ୍ୟ ପଞ୍ଚାୟତ ରେ କାମ ହେଉଥିବାର ବି ଡିଓଙ୍କ ନିକଟରେ ଅଭିଯୋଗ ହୋଇଛି ।ଏହି ବ୍ଲକ ଅଧିନସ୍ଥ  ହଜ ,ଶଗଡ଼ଭଙ୍ଗା ,ଗଡମାଣତୀର ,ସାରୁଅ ,ପୋଡାଡିହ ,କଣ୍ଟାବାଡ଼ ,ଗୋବିନ୍ଦପୁର ,ବେଗୁନିଆ ଏବଂ ସିମୋର ପ୍ରମୁଖ ୯ ଟି ପଞ୍ଚାୟତ ରେ ଗୋଟିଏ ଲେଖାଏଁ ଧାନ ଖଳା ୭ ଲକ୍ଷ ୩୨ ହଜାର ଟଙ୍କା ଲେଖାଏଁ ପ୍ରତି ପଞ୍ଚାୟତକୁ ଅନୁଦାନ ଆସିଛି ।କିନ୍ତୁ ବ୍ୟତିକ୍ରମ ହୋଇଛି ପୋଡାଡିହ ପଂଚାୟତରେ ।
କାରଣ ଏହି ପଞ୍ଚାୟତରେ ୧୧ଟି ରାଜସ୍ୱ ଗ୍ରାମ ରହିଥିବାବେଳେ ପଞ୍ଚାୟତ ର କୌଣସି ଗ୍ରାମରେ ଏହି ଧାନ ଖଳା କରା ନ ଯାଇ ପଙ୍ଗ।ରସିଂହ ପଞ୍ଚାୟତ ର ପଙ୍ଗ।ରସିଂହ ମୌଜା ର ଖାତା ନଂ ୫୦୧/୧୦୪ ପ୍ଲଟ ନଂ୧୧୦୧/୧୯୬୪  ରେ ଥିବା ବଗାୟତ ୨ କିସମ  ର ୫୪୫ ଡ଼ିସିମିଲ ଜାଗାରେ ମା ମଙ୍ଗଳା ମନ୍ଦିର ନିକଟରେ ନିର୍ମାଣ କାର୍ଯ୍ୟ ଚାଲିଛି । ସମ୍ପୃକ୍ତ ଗ୍ରାମର ଗ୍ରାମବାସୀମାନେ ସେମାନଙ୍କ ର ସ୍ଥାବର ସମ୍ପତ୍ତି ଉପରକୁ ଏହି ସରକାରୀ ଜାଗା ଦେଇ ଚଳ ପ୍ରଚଳ କରିଥାନ୍ତି ।ସେହି ସରକାରୀ ଜାଗାକୁ ଆବଦ୍ଧ କରିବାର ଦେଖି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନା ଗତ ଅପ୍ରେଲ ମାସ୧୬ ତାରିଖରେ ଉକ୍ତ ଜାଗା ଉପରେ ୧୪୪ ଜାରି କରିଥିଲେ ।ଏପରିକି ଉକ୍ତ ଜାଗା ଉପରେ ସେ ଏବେ  ମୁନସିଫ ସିଭିଲଜଜ ଜୁନିଅର ଡିଭିଜନ ଖୋର୍ଦ୍ଧାରେ ୨୦୨/୨୧ ସିଭିଲ କେଶ କରିଛନ୍ତି ।ଏପରି ବିବାଦୀୟ ସ୍ଥାନରେ ବେଆଇନ ଭାବେ ନିର୍ମାଣ ହେଉଥିବା ଧାନଖଳା ସମ୍ପର୍କରେ ସହକାରୀ ଯନ୍ତ୍ରୀ ଉପେନ୍ଦ୍ରକୁମାର ନାୟକଙ୍କୁ ପଚାରିବାରେ ସେ ତହସିଲଦାରଙ୍କୁ ଲ୍ୟାଣ୍ଡ ଷ୍ଟାଟସ ମଗାଯାଇଛି ଆସିବା ପରେ କାର୍ଯ୍ୟ ଆରମ୍ଭ କରାଯିବ ।ବ୍ଲକ ତରଫରୁ ଲେ ଆଉଟ ଦିଆଯାଇନାହିଁ ,ମନଇଚ୍ଛା ରେ ଯଦି କିଏ କେଉଁଠାରେ କଣ କଲା ସେଥିରେ ବିଲ କରାଯାଇପାରିବ ନାହିଁ ବୋଲି କହିଥିଲେ ,ବି ଡି ଓ ରଶ୍ମିରେଖା ଦାସଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇ ସମ୍ପୃକ୍ତ  କନିଷ୍ଠ ଯନ୍ତ୍ରୀଙ୍କୁ କାମ ବନ୍ଦ କରିବା ସହିତ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ବୋଲି କହିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories