www.samajalive.in
Sunday, December 7, 2025
26.1 C
Bhubaneswar

ଅଲିମ୍ପିକ୍‌ସ ପଦକ ତାଲିକା : ୪୮ତମ ସ୍ଥାନ ୪ ଦଶନ୍ଧିରେ ସର୍ବଶ୍ରେଷ୍ଠ

ନୂଆଦିଲ୍ଲୀ : ଇତିମଧ୍ୟରେ ଟୋକିଓ ଅଲିମ୍ପିକ୍‌ସ ସମାପ୍ତ ହୋଇଯାଇଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସରେ ଭାରତ ୨ଟି ରୌପ୍ୟ ସହ ମୋଟ ୬ଟି ପଦକ ଜିତିଥିବା ବେଳେ ଟୋକିଓରେ ଭାରତ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି କାଂସ୍ୟ ସହ ମୋଟ ୭ଟି ପଦକ ଜିତି ନୂତନ ଇତିହାସ ସୃଷ୍ଟିକରିଛି। ପୂର୍ବରୁ କୌଣସି ଅଲିମ୍ପିକ୍‌ସରେ ଭାରତ ୭ଟି ପଦକ ଜିତି ପାରିନଥିଲା। ତେଣୁ ଟୋକିଓ ଅଲିମ୍ପିକ୍‌ସ ଭାରତୀୟ କ୍ରୀଡ଼ା ଇତିହାସ​‌େ​‌ର ସଫଳତମ ଅଲିମ୍ପିକ୍‌ସ। ପଦକ ତାଲିକାରେ ଭାରତକୁ ୪୮ତମ ସ୍ଥାନ ମିଳିଛି। ତେବେ ପଦକ ସଂଖ୍ୟା (୭ଟି) ଅନୁସାରେ ଭାରତ ୩୩ତମ ସ୍ଥାନରେ ରହିଛି। ହେଲେ ଅଲିମ୍ପିକ୍ସ ପ୍ରଥା ଅନୁଯାୟୀ ସ୍ବର୍ଣ୍ଣପଦକ ସଂଖ୍ୟା ଅନୁସା‌ରେ ପଦକ ତାଲିକାରେ ମାନ୍ୟତା ପ୍ରଦାନ କରା ଯାଇଥାଏ।
ଉଦାହାରଣ ସ୍ବରୂପ; ୨୦୦୮ ବେଜିଂ ଅଲିମ୍ପିକ୍‌ସର ପଦକ ତାଲିକାରେ ଭାରତ ୫୧ତମ ସ୍ଥାନରେ ଥିଲା। କାରଣ ଏଥିରେ ଭାରତ ଅଭିନବ ବିନ୍ଦ୍ରାଙ୍କ ସ୍ବର୍ଣ୍ଣପଦକ ସହ ଆଉ ୨ଟି କାଂସ୍ୟ ସହ ମୋଟ ୩ଟି ପଦକ ଜିତି ପାରିଥିଲେ। ଲଣ୍ଡନ୍‌ ଅଲିମ୍ପିକ୍‌ସରେ ଭାରତ ୨ଟି ରୌପ୍ୟ ସହ ୬ଟି ପଦକ ପାଇଥିଲେ ହେଁ ପଦକ ତାଲିକାରେ ଏହାକୁ ୫୭ତମ ସ୍ଥାନ ମିଳିଥିଲା। ସେ ଯାହାହେଉ; ଟୋକିଓ ଅଲିମ୍ପିକ୍‌ସରେ ୪୮ତମ ସ୍ଥାନ ଗତ ୪ ଦଶନ୍ଧି​‌େ​‌ର ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। କାରଣ ୧୯୮୦ ମସ୍କୋ ଅଲିମ୍ପିକ୍‌ସରେ ଭାରତ ମାତ୍ର ଗୋଟିଏ ପଦକ (ପୁରୁଷ ହକିରେ ସ୍ବର୍ଣ୍ଣ) ପାଇଥିଲେ ହେଁ ଏହାକୁ ୨୩ତମ ସ୍ଥାନ ମିଳିଥିଲା। ଅବଶ୍ୟ ଏହି ଅଲିମ୍ପିକ୍‌ସକୁ ବିଶ୍ବର ଅଧିକାଂଶ ଶକ୍ତିଶାଳୀ କ୍ରୀଡ଼ା ରାଷ୍ଟ୍ର ବର୍ଜନ କରିଥିଲେ। ତେଣୁ ମସ୍କୋ ଅଲିମ୍ପିକ୍‌ସରେ ୨୩ତମ ସ୍ଥାନ ପରେ ଟୋକିଓ ଅଲିମ୍ପିକ୍‌ସରେ ୪୮ତମ ସ୍ଥାନ ପଦକ ତାଲିକା ଅନୁସାରେ ଶ୍ରେଷ୍ଠ ପ୍ରଦର୍ଶନ। ୨୦୧୬ ରିଓ ଅଲିମ୍ପିକ୍‌ସ​‌େ​‌ର ଭାରତ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ପାଇଥିଲା। ଫଳରେ ଭାରତକୁ ୬୭ତମ ସ୍ଥାନ ମିଳିଥିଲା। ଏଥର ୭ଟି ପଦକ ସହ ଭାରତ ୧୯ଟି ସ୍ଥାନର ଉନ୍ନତି କରିପାରିଛି। ଏହା ଭାରତରେ କ୍ରୀଡ଼ା ତଥା ଅଲିମ୍ପିକ୍‌ ବିପ୍ଳବର ଆଭାସ ମାତ୍ର। କେନ୍ଦ୍ର ସରକାରଙ୍କ ସହ ବିଭିନ୍ନ ରାଜ୍ୟ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ଲାଗିଛନ୍ତି। ଟାର୍ଗେଟ୍‌ ଅଲିମ୍ପିକ୍ ପୋଡିୟମ୍‌ ଯୋଜନା (ଟପ୍‌ସ) ଦ୍ବାରା ଅଲିମ୍ପିକ୍‌ସ ପାଇଁ ପ୍ରସ୍ତୁତିରେ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କୁ ଅର୍ଥର ଅଭାବ ପଡ଼ୁନାହିଁ। କେନ୍ଦ୍ର ସରକାରଙ୍କ ଏକ ତଥ୍ୟ ଅନୁସାରେ, ପୁରୁଷ ଓ ମହିଳା ହକି ଦଳ ପାଇଁ ଗତ କିଛିବର୍ଷରେ ୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେମାନେ ଦେଶ ଓ ବିଦେଶରେ ୫୫ଟି ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି। ଉଭୟ ଦଳ ୩୯୩ ଦିନ ବିଦେଶରେ ଖେଳିଛନ୍ତି। ୭ ଜଣ ବିଦେଶୀ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍ ଦଳ ପାଇଁ ନିଯୁକ୍ତ ହୋଇଛନ୍ତି। ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ଉଭୟ ଦଳ ପାଇଁ ନିୟମିତ ଶିବିର ଆୟୋଜନ ହେଉଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories