www.samajalive.in
Sunday, December 7, 2025
14.1 C
Bhubaneswar

ଲର୍ଡସ ଟେଷ୍ଟରେ ଯୋଗଦେବେ ଗାଙ୍ଗୁଲି

ଲଣ୍ଡନ୍‌ : ରବିବାର ଭାରତୀୟ କ୍ରିକେଟ୍‌ ଦଳ ନଟିଂହାମ୍‌ରୁ ଲଣ୍ଡନ୍ ଯାତ୍ରାକରିଛି । ହେଲେ ଶ୍ରୀଲଙ୍କା ଗସ୍ତ ପରେ ଇଂଲଣ୍ଡ ଯାଇ ଟେଷ୍ଟ ଦଳରେ ଯୋଗ ଦେଇଥିବା ଦୁଇ ବ୍ୟାଟ୍‌ସମ୍ୟାନ୍ ପୃଥ୍ବୀ ସ’ ଓ ସୂର୍ଯ୍ୟକୁମାର ଯାଦବ ନଟିଂହାମ୍‌ରେ ସଂଗରୋଧରେ ରହିଛନ୍ତି । ୨ୟ ଓ  ୩ୟ ଟେଷ୍ଟମ୍ୟାଚ୍‌ ମଧ୍ୟରେ ୯ ଦିନର ବ୍ୟବଧାନ ଥିବାରୁ ପୃଥ୍ବୀ ଓ ସୂର୍ଯ୍ୟକୁମାର ଅଭ୍ୟାସକରି ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ହେବା ପାଇଁ ସମୟ ପାଇବେ । ନଟିଂହାମ୍‌ରେ ସମସ୍ତ ଭାରତୀୟ କ୍ରିକେଟରଙ୍କ ଆର୍‌ଟି-ପିସିଆର୍ ପରୀକ୍ଷା କରା ଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିବାରୁ ସେମାନଙ୍କୁ ଲଣ୍ଡନ ଯିବାର ଅନୁମତି ମିଳିଥିଲା । ଲଣ୍ଡନର ଲର୍ଡସ ଗ୍ରାଉଣ୍ଡରେ ଆସନ୍ତା ୧୨ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ। ଏହି ଟେଷ୍ଟମ୍ୟାଚ୍‌ରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଉପସ୍ଥିତ ରହିବେ। ମଙ୍ଗଳବାର ଗାଙ୍ଗୁଲି ଲଣ୍ଡନ୍ ଅଭିମୁଖେ ଯାତ୍ରାକରିବେ। ଆଗକୁ ଏହି ସିରିଜ୍ ମଧ୍ୟରେ ବିସିସିଆଇର ସମ୍ପାଦକ ଜୟ ଶାହା, ଉପସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ପ୍ରମୁଖ ଇଂଲଣ୍ଡ ଯାଇ ମ୍ୟାଚ୍ ଦେଖିବାର କାର୍ଯ୍ୟକ୍ରମ ରହିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories