www.samajalive.in
Sunday, December 7, 2025
18.1 C
Bhubaneswar

ସ୍ବଦେଶ ଫେରିଲେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା, ଦିଲ୍ଲୀରେ ଉଚ୍ଛସ୍ବୀତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ଆଜି ଟୋକିଓରୁ ସ୍ବଦେଶ ଫେରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିପାଇଁ ଅଲିମ୍ପିକ୍ସ ହିରୋଙ୍କୁ ସ୍ବାଗତ ଜଣାଇବାକୁ ଦିଲ୍ଲୀ ବିମାନ ବନ୍ଦର ବାହାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ପଦକ ବିଜେତାଙ୍କୁ ଦିଲ୍ଲୀରେ କରାଯିବ ଭବ୍ୟ ସ୍ବାଗତ କରାଯାଇଥିଲା।
ଟୋକିଓ ଅଲିମ୍ପିକ୍‌ସରେ ନୀରଜ ପୁନିଆଙ୍କୁ ଜାଭଲିନ ଥ୍ରୋରେ ସ୍ବର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ସେହିପରି ୱେଟଲିଫ୍ଟର ମୀରାବାଈ ଚାନୁ ଓ ରେସଲର ରବି କୁମାର ସିଲଭର ପଦକ ହାସଲ କରିଛନ୍ତି। ପୁରୁଷ ହକି ଟିମ୍‌ ଦମଦାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ସେହିପରି ବ୍ୟାଡମିଣ୍ଟନରେ ପି.ଭି.ସିନ୍ଧୁ, ବକ୍ସିଂରେ ଲଭ୍‌ଲିନା ଓ ରେସଲିଂରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସମସ୍ତ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅପରପକ୍ଷରେ ମହିଳା ହକି ଟିମ୍‌, ଆଥଲେଟିକ୍ସରେ କମଲପ୍ରୀତ କାଉର, ରେସଲର ଦୀପକ ପୁନିଆ ଏବଂ ଗଲ୍ଫରେ ଆଦିତି ଅଶୋକଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

ଟୋକିଓ ଅଲିମ୍ପିକ୍‌ସରେ ଭାରତୀକୁ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ଭାରତକୁ ୭ଟି ପଦକ ମିଳିଛି। ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୪୮ତମ ସ୍ଥାନରେ ଭାରତ ରହିଛି। ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତି ଆରମ୍ଭ କରିଥିବା ଯାତ୍ରା ଜାଭେଲିନ୍‌ ଥ୍ରୋ’ରେ ନୀରଜ ଚୋପ୍ରା ଶେଷଦିନରେ ସ୍ବର୍ଣ୍ଣ ପଦକ ଜିଣି ଇତିହାସ ସୃଷ୍ଟି କରିଛନ୍ତି। ୧୨୧ ବର୍ଷ ପରେ ଭାରତକୁ ଦୌଡ଼କୁଦ ପ୍ରତିଯୋଗିତାରେ କେବଳ ପଦକ ମିଳିନି; ବରଂ ସ୍ବର୍ଣ୍ଣ ଜିତି ଇତିହାସ ରଚିବାକୁ ସମର୍ଥ ହୋଇଛି ଭାରତ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories