www.samajalive.in
Sunday, December 7, 2025
26.1 C
Bhubaneswar

ବିଏସ୍‌ସି ନର୍ସିଂ ପାଇଁ ‘ନିଟ୍‌’ ୧୦କୁ ପଞ୍ଜୀକରଣ ଅବଧି ବୃଦ୍ଧି

ଭୁବନେଶ୍ବର: ବି.ଏସ୍‌ସି ନର୍ସିଂ (ସ୍ନାତକ ସେବିକା) ପାଠ୍ୟକ୍ରମରେ ନାମଲେଖାଇବାକୁ ହେଲେ ଏଣିକି ଛାତ୍ରଛାତ୍ରୀଙ୍କୁ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍‌) ଦେବାକୁ ପଡିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍‌ଟିଏ) ପକ୍ଷରୁ ଉଭୟ ସ୍ନାତକ ଏମ୍‌ବିବିଏସ୍‌ ଏବଂ ବିଏସ୍‌ସି ନର୍ସିଂ ପଞ୍ଜୀକରଣ ତାରିଖକୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଏହାରି ଭିତରେ ଆବେଦନ କରିବାକୁ ଏନ୍‌ଟିଏ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍‌ ପରୀକ୍ଷା ଫଳ ଆଧାରରେ ଛାତ୍ରଛାତ୍ରୀଙ୍କୁ ବି.ଏସ୍‌ସି ନର୍ସିଂରେ ନାମଲେଖାଇବା ପାଇଁ ସ୍ଥାନ(ସିଟ୍‌) ମିଳିବ। ବି.ଏସସି ନର୍ସିଂ ପାଇଁ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ବୟସ ୧୭ ବର୍ଷ ହୋଇଥିବା ଦରକାର। ଯୁକ୍ତ-୨ ପରୀକ୍ଷାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଇଂରାଜୀ ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିବେ।

 

- Advertisement -

ଉପରୋକ୍ତ ବିଷୟଗୁଡିକରେ ସର୍ବନିମ୍ନ ୪୫ ପ୍ରତିଶତ ଅଙ୍କ (ମାର୍କ) ରଖିଥିବେ। ଯେଉଁ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମୁକ୍ତ ବିଦ୍ୟାଳୟ, ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରୁ ବିଜ୍ଞାନ ଓ ଇଂରାଜୀ ବିଷୟ ରଖି ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ଆବେଦନ କରିପାରିବେ। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଆର୍ଥିକ କ୍ଷେତ୍ରରେ ପଛୁଆବର୍ଗ ବିଦ୍ୟାର୍ଥୀ ଆବେଦନ କରିବାକୁ ହେଲେ ଯୁକ୍ତଦୁଇରେ ଇଂରାଜି ବାଧ୍ୟତାମୂଳକ ବିଷୟ ରହିଥିବା ଦରକାର। ଛାତ୍ରଛାତ୍ରୀ ଅଧିକ ଜାଣିବା ପାଇଁ ୱେବସାଇଟ୍‌ (www.neet.nta.nic.in/ nta.ac.in)କୁ ଲଗଇନ୍ କରି ଦେଖିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୨ରେ ନିଟ୍‌ ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ଏନ୍‌ଟିଏ ପକ୍ଷରୁ ବ୍ୟବସ୍ଥା କରାଯାଉଛି। କରୋନା କଟକଣାରେ ପରୀକ୍ଷା କରିବା ନିମନ୍ତେ କେନ୍ଦ୍ର ଓ ସହର ସଂଖ୍ୟା ବୃଦ୍ଧି ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories