www.samajalive.in
Sunday, December 7, 2025
23.1 C
Bhubaneswar

୧୮ ପୁଲିସ ଅଧିକାରୀଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ

ରାଜ୍ୟ ପୁଲିସ୍‍ ମୁଖ୍ୟ କାର୍ଯ୍ୟାଳୟସ୍ଥିତ ଆର୍‍.କେ. ପାଢୀ ମେମୋରିଆଲ ହଲ୍‍ ପରିସରରେ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‍ ନିୟମ ପାଳନ ପୂର୍ବକ ସେହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଯୋଗ ଦେଇ ୧୮ ଜଣ ମିନିଷ୍ଟରିଆଲ୍‍ ଅଧିକାରୀ ଏବଂ ପୁଲିସ୍‍ ଅଧିକାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ। ୨୦୨୦-୨୧ ବର୍ଷରେ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ସେମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି।

ସେଥି ମଧ୍ୟରେ ୧୨ ଜଣ ମିନିଷ୍ଟରିଆଲ୍‍ ଅଫିସରଏବଂ ୬ ଜଣ ପୁଲିସ୍‍ ଅଧିକାରୀ ସାମିଲ ରହିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଏଷ୍ଟାବିଲ୍ସମେଂଟ ଅଫିସର, ୧ ସେକ୍ସନ୍‍ ଅଫିସର, ୫ ଜଣ ଏଏସ୍‍ଓ, ୧ ପି.ଏ., ୨ ଜଣ ସିନିୟର୍‍ ଷ୍ଟେନୋଗ୍ରାଫର୍‍, ୨ ଜଣ ଏଏସ୍‍ଆଇ, ୧ ହାବିଲଦାର, ୧ ଆସିଷ୍ଟାଂଟ ଡ୍ରାଇଭର୍‍, ୧ ସିପାହୀ ଏବଂ ୧ କନେଷ୍ଟବଳଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୁଲିସ୍‍ ମୁଖ୍ୟ କାର୍ଯ୍ୟାଳୟର ଅନ୍ୟ ବରିଷ୍ଠ ପୁଲିସ୍‍ ଅଧିକାରୀଗଣ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories