ଗଞ୍ଜାମ: ଦିନ ଦିନ ଛଣ ଛପର ଘର ଭାଙ୍ଗି ଲୋକମାନେ ଛାତ, ଚାଦର ଘର କରିବା ଫଳରେ ଘର ଚଟିଆଙ୍କ ବଂଶ ଲୋପ ପାଉଛି। ତେଣୁ ଏହି ଚଟିଆର ବଂଶ ବୃଦ୍ଧି ପାଇଁ ଏକ ପ୍ରୟାସ ଆରମ୍ଭ ହୋଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧିନସ୍ଥ ଲକ୍ଷ୍ମୀପୁର ଗ୍ରାମରେ ଘର ଚଟିଆ ସଂରକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରରେ ଧାନକେଣ୍ଡା ଓ କୃତ୍ରିମ ଘରଚଟିଆ କାଠ ବାକ୍ସ ବସା ଗ୍ରାମବାସୀଙ୍କ ଘର ବାରଣ୍ଡାରେରେ ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିଏଫଓ ଅମ୍ଳାନ ନାୟକ, ବିଡ଼ିଓ ବିଶ୍ୱଜିତ ରାୟ, ପାଳିବନ୍ଧ ସରପଞ୍ଚ ଦିଲିପ ଛୋଟରାୟ, ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ ପ୍ରମୁଖ ଅତିଥି ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ମଣିଷ ସହ ସାଥି ହୋଇ କେଉଁ ଯୁଗରୁ ରହି ଆସିଥିବା ଛୋଟିଆ ନିରୀହ ପକ୍ଷୀଟି ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀଙ୍କୁ ସଚେତନ କରାଇଥିଲେ।
ବନ୍ୟପ୍ରାଣୀ ତତ୍ୱାବଧାରକ ରବୀନ୍ଦ୍ରନାଥ ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିଲା। ଲକ୍ଷ୍ମୀପୁର ଓ ପୁରୁଣାବନ୍ଧ ଗ୍ରାମବାସୀଙ୍କ ପକ୍ଷରୁ ଏନ.ବଂଶୀଧର ରେଡି, ଏ.ଭୀମସେନ ରେଡି, ଆର.ଶ୍ରୀଧର ରେଡି, ପୁରୁଣାବନ୍ଧ ଗ୍ରାମ୍ୟ ସଭାପତି ମାଗତା ବେହେରା, କୃଷ୍ଣ ବେହେରା, ଡମ୍ବରୁ ବେହେରା, କରୁ ବେହେରା, ନାଗୁ ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।



