www.samajalive.in
Tuesday, December 9, 2025
16.1 C
Bhubaneswar

ପେଗାସସ୍‍ ଓ କୃଷି ଆଇନ୍‍ ପ୍ରସଙ୍ଗରେ ହଟ୍ଟଗୋଳ, ଉଭୟ ଗୃହ ଦିନକ ପାଇଁ ମୁଲତବୀ

ପେଗାସସ୍‍ ଗୁଇନ୍ଦାଗିରି, କୃଷି ଆଇନ୍‍ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସଂସଦର ଉଭୟ ସଭାଗୃହରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବାରମ୍ବାର ପ୍ରତିବାଦ, ହୋହାଲା ଓ ସ୍ଲୋଗାନ୍‍ ଦିଆଯିବା ଦ୍ୱାରା ଉଭୟ ସଭାଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି।ଲୋକସଭାର କାର୍ଯ୍ୟ ତୃତୀୟ ମୁଲତବୀ ପରେ ଅପରାହ୍ଣ ୪ଟା ପରେ ପୁନଃ ଆରମ୍ଭ ହେବା ମାତ୍ରକେ କଂଗ୍ରେସ, ଡି.ଏମ୍‍.କେ., ଟି.ଏମ୍‍.ସି. ଓ ଅନ୍ୟ ଦଳର ସଦସ୍ୟମାନେ ପେଗାସସ୍‍ ଗୁଇନ୍ଦାଗିରି ଓ କୃଷି ଆଇନ୍‍ ସଂକ୍ରାନ୍ତରେ ଆଲୋଚନା ପାଇଁ ଦାବି କରି ସ୍ଲୋଗାନ୍‍ ଦେବା ସଙ୍ଗେ ସଙ୍ଗେ ପ୍ଲାକାର୍ଡ ଦେଖାଇ ସଭାଗୃହର ମଧ୍ୟଭାଗରେ ଧାନ ପ୍ରଦର୍ଶନ କରିଥିଲେ। ଏଭଳି ପରିସ୍ଥିତିରେ ଲାଗି ରହିଥିବା ବେଳେ ସଭା ଗୃହରେ ପ୍ରାଧିକରଣ ସଂସ୍କାର ବିଲ୍‍-୨୦୨୧ ବିନା ଆଲୋଚନାରେ ପାସ୍‍ ହୋଇଛି। ପାଟିତୁଣ୍ଡ ଲାଗି ରହିବାରୁ ଲୋକସଭାକୁ ଆଜି ଦିନକ ପାଇଁ ବାଚସ୍ପତି ମୁଲତବୀ ରଖିଛନ୍ତି।

ମଧ୍ୟାହ୍ନ ଭୋଜନ ବିରତି ପରେ ସଭା ଗୃହରେ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ବିଲ୍‍ ୨୦୨୧ ବିନା ଆଲୋଚନାରେ ପାସ୍‍ ହୋଇଯାଇଛି। ଶୂନ୍ୟ କାଳରେ ସଭାଗୃହରେ ଆଲୋଚନାକୁ ସୁଯୋଗ ଦେବା ପାଇଁ ଅଧ୍ୟକ୍ଷ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କଂଗ୍ରେସ, ଟି.ଏମ୍‍.ସି., ଡି.ଏମ୍‍.କେ. ଓ ଅକାଳୀଦଳର ସଦସ୍ୟମାନେ ସଭାଗୃହର ମଧ୍ୟଭାଗରେ ହୋହାଲା କରିବାରୁ ପ୍ରଶ୍ନକାଳ ସମୟରେ କୌଣସି କାର୍ଯ୍ୟ ହୋଇପାରି ନ ଥିଲା।

- Advertisement -

ରାଜ୍ୟ ସଭାରେ ଦ୍ୱିତୀୟ ମୁଲତବୀ ପରେ ଅପରାହ୍ଣ ୨ଟା ପରେ ଆରମ୍ଭ ହେବା ମାତ୍ରକେ କଂଗ୍ରେସ, ଟି.ଏମ୍‍.ସି., ବାମପନ୍ଥୀ ଦଳ ଓ ଡି.ଏମ୍‍.କେ.ର ସଦସ୍ୟମାନେ ସଭାଗୃହର ମଧ୍ୟଭାଗରେ ସ୍ଲୋଗାନ୍‍ମାନ ଦେଇଥିଲେ। ଏହିଭଳି ବିଶୃଙ୍ଖଳା ମଧ୍ୟରେ ଦେବାଳିଆ ସଂଶୋଧନ ବିଲ୍‍-୨୦୨୧ ରାଜ୍ୟସଭାରେ ପାସ୍‍ ହୋଇଯାଇଛି। ଏହା ଉପରେ ଅଳ୍ପ ସମୟ ପାଇଁ ଆଲୋଚନା ହୋଇଥିଲା। ଆଲୋଚନା କାଳରେ ବିରୋଧୀ ଦଳ ଓ ସରକାରୀ କଳର ସଦସ୍ୟମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଗୃହରେ ଶୃଙ୍ଖଳା ରକ୍ଷା କରିବା ପାଇଁ ଅଧ୍ୟକ୍ଷ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ବିରୋଧୀ ଦଳ ସଦସ୍ୟମାନେ ତାଙ୍କ ପ୍ରତି କର୍ଣ୍ଣପାତ ନ କରିବାରୁ ଗୃହ କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ ରଖାଯାଇଛି।

ପୂର୍ବରୁ ପାଟିତୁଣ୍ଡ ମଧ୍ୟରେ ଉପାଧ୍ୟକ୍ଷ ହରିବଂଶ ପ୍ରଶ୍ନକାଳକୁ ପରିଚାଳନା କରିବା ପାଇଁ ଉଦ୍ୟମ କରିଥିଲେ। ସକାଳେ ରାଜ୍ୟସଭାରେ କାର୍ଯ୍ୟଧାରା ଆରମ୍ଭ ହେବା ପରେ ଅଧ୍ୟକ୍ଷ ଭେଙ୍କୟା ନାଇଡୁ କଂଗ୍ରେସ, ଟି.ଏମ୍‍.ସି., ବାମପନ୍ଥୀ ଦଳ, ସମାଜବାଦୀ ପାର୍ଟି, ବହୁଜନ ସମାଜପାର୍ଟି ଓ ଅନ୍ୟ ଦଳର ସଦସ୍ୟମାନେ ପେଗାସସ୍‍ ଗୁଇନ୍ଦାଗିରି ଓ କୃଷି ଆଇନ୍‍ ବିରୁଦ୍ଧରେ ଦେଇଥିବା ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଡି.ଏମ୍‍.କେ., ଆର୍‍.ଜେ.ଡି., ଶିବସେନା ଓ ବି.ଏସ୍‍.ପି.ର ସଦସ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ହୋହାଲା କରିଥିଲେ। ଏଭଳି ପାଟିତୁଣ୍ଡ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍‍ ନକ୍‍ବୀ ଟି.ଏମ୍‍.ସି. ସାଂସଦ ଡେରେକ୍‍ ଓବ୍ରେନ୍‍ଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଟ୍ୱିଟ୍‍ ବିଷୟ ଉଲ୍ଲେଖ କରି ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ମଧ୍ୟ ଏଭଳି ମନ୍ତବ୍ୟ ପାଇଁ ଡେରେକ୍‍ ଓବ୍ରେନ୍‍ ଗୃହରେ କ୍ଷମାମାଗନ୍ତୁ ବୋଲି ଦାବି କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ହୋହାଲା ଜାରି ରଖିବାରୁ ସଭାଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories